ETV Bharat / sports

ଭାରତୀୟ ହକି ଟିମ ସର୍ବଶ୍ରେଷ୍ଠ FIH ବିଶ୍ବ ମାନ୍ୟତା ହାସଲ

author img

By

Published : Aug 8, 2021, 4:20 PM IST

ଟୋକିଓ ଅଲମ୍ପିକ ୨୦୨୦ରେ ଏକ ସ୍ମରଣୀୟ ଅଭିଯାନ ପରେ ଭାରତୀୟ ପୁରୁଷ ଓ ମହିଳା ହକି ଟିମ ସର୍ବୋଚ୍ଚ FIH ବିଶ୍ବ ମାନ୍ୟତା ହାସଲ କରିଛନ୍ତି । ଅଧିକ ପଢନ୍ତୁ...

indian hockey team achieved its best ever ranking
ଭାରତୀୟ ହକି ଟିମର ସର୍ବଶ୍ରେଷ୍ଠ FIH ବିଶ୍ବ ମାନ୍ୟତା ହାସଲ

ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକ୍ସରେ ଏକ ସ୍ବପ୍ନର ଅଭିଯାନର ସହ ଏକ ସ୍ମରଣୀୟ ସମାପ୍ତି ପରେ ଭାରତୀୟ ହକି ଇତିହାସ ରଚିବାରେ ସଫଳ ହୋଇଛି । ଏହାପରେ ଉଭୟ ପୁରୁଷ ଏବଂ ମହିଳା ଟିମ ସେମାନଙ୍କର ସର୍ବୋଚ୍ଚ FIH ବିଶ୍ବ ମାନ୍ୟତା ହାସଲ କରିଛନ୍ତି | ବ୍ରୋଞ୍ଜ ପଦକ ବିଜୟୀ ହୋଇ ୪୧ ବର୍ଷର ପଦକ ମରୁଡିକୁ ଶେଷ କରିଥିବା ପୁରୁଷ ହକି ଟିମ, ସଦ୍ୟ ପ୍ରକାଶିତ ଅନ୍ତର୍ଜାତୀୟ ହକି ଫେଡେରେସନ(FIH) ବିଶ୍ବ ମାନ୍ୟତାର ତୃତୀୟ ସ୍ଥାନରେ ପହଞ୍ଚିଯାଇଛି । ପ୍ରଥମ ସ୍ଥାନରେ ବେଲଜିୟମ ଓ ଦ୍ବିତୀୟ ସ୍ଥାନରେ ଅଷ୍ଟ୍ରେଲିଆ ରହିଛନ୍ତି । ସେହିପରି ମହିଳା ହକି ଟିମ ଅଷ୍ଟମ ସ୍ଥାନକୁ ଉନ୍ନୀତ ହୋଇଛି ।

ଏହାପୂର୍ବରୁ ମନପ୍ରୀତ ସିଂହଙ୍କ ନେତୃତ୍ବାଧୀନ ଭାରତୀୟ ହକି ଟିମର ଶ୍ରେଷ୍ଠ ମାନ୍ୟତା ଚତୁର୍ଥ ସ୍ଥାନ ଥିଲା । FIH ହକି ପ୍ରୋ-ଲିଗ ୨୦୨୦ର ଦ୍ବିତୀୟ ସଂସ୍କରଣରେ ପ୍ରଥମ ତିନୋଟି ରାଉଣ୍ଡରେ ଦମଦାର ପ୍ରଦର୍ଶନ ପରେ ମାର୍ଚ୍ଚ ୨୦୨୦ରେ ଏହି ସ୍ଥାନରେ ରହିଥିଲା ହକି ଟିମ ଇଣ୍ଡିଆ ।

ଅନ୍ୟପଟେ ମହିଳା ଟିମର ଶ୍ରେଷ୍ଠ ମାନ୍ୟତା ନବମ ଥିଲା । ମହିଳା ହକି ବିଶ୍ବକପ ଲଣ୍ଡନ ୨୦୧୮ର କ୍ବାର୍ଟଫାଇନାଲରେ ପ୍ରବେଶ କରିବା ପରେ ଏହି ମାନ୍ୟତା ମିଳିଥିଲା । ଏଥିସହ ଶୀର୍ଷ ମାନ୍ୟତା ଏସିଆନ ଟିମ ବନିବା ସହ ୨୦୧୮ ଜାକର୍ତ୍ତା ଏସିଆନ ଗେମ୍ସରେ ରୌପ୍ୟ ପଦକ ହାସଲ କରିଥିଲା ।

ଟୋକିଓ ଅଲମ୍ପିକରେ ଉଭୟ ଟିମର ପ୍ରଦର୍ଶନ ଦମଦାର ରହିଥିଲା । ମନପ୍ରୀତ ବାହିନୀକୁ ଗ୍ରୁପ ପର୍ଯ୍ୟାୟରେ ୫ଟି ମ୍ୟାଚରୁ ୪ଟିରେ ବିଜୟ ମିଳିବା ସହ କ୍ବାର୍ଟର ଟିକେଟ ମିଳିଥିଲା । କ୍ବାର୍ଟର-ଫାଇନାଲରେ ଗ୍ରେଟ ବ୍ରିଟେନକୁ ୩-୧ରେ ହରାଇଥିଲା ଭାରତ । ମାତ୍ର ସେମିଫାଇନାଲରେ ବେଲଜିୟମ ଠାରୁ ୫-୨ ରେ ପରାଜୟ ମିଳିଥିଲା । ମାତ୍ର ଜର୍ମାନୀକୁ ଐତିହାସିକ ଅଲମ୍ପିକ ବ୍ରୋଞ୍ଜ ପଦକ ମ୍ୟାଚରେ ୫-୪ରେ ହରାଇଥିଲା ଭାରତ ।

ମହିଳା ଟିମକୁ ଆରମ୍ଭରୁ ୩ଟି ମ୍ୟାଚରେ ପରାଜୟ ମିଳିଥିଲା । ମାତ୍ର ଯେବେ ଟିମ କ୍ବାର୍ଟର ଫାଇନାଲରେ ବିଶ୍ବ ମାନ୍ୟତାର ୩ନମ୍ବର ସ୍ଥାନରେ ଥିବା ଅଷ୍ଟ୍ରେଲିଆକୁ ହରାଇଲା, ବଡ ଧରଣର ଓଲଟପାଲଟ ହୋଇଥିଲା । ରାନୀ ରାମପାଲଙ୍କ ଟିମ ଆର୍ଜେଣ୍ଟିନା ବିପକ୍ଷରେ ସେମିଫାଇନାଲ ଓ ଗ୍ରେଟ ବ୍ରିଟେନ ବିପକ୍ଷ ବ୍ରୋଞ୍ଜ ପଦକ ମ୍ୟାଚରେ ପରାସ୍ତ ହେଲା । ମାତ୍ର ଟୋକିଓ ଅଲମ୍ପିକ୍‌ରେ ଚତୁର୍ଥ ସ୍ଥାନରେ ରହିବା ସହ ବିଶ୍ବ ମାନ୍ୟତାର ଅଷ୍ଟମ ସ୍ଥାନ ହାସଲ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.