ନୂଆଦିଲ୍ଲୀ: 2021 କ୍ରୀଡ଼ା ବର୍ଷ ୱାର୍ଲଡ ଗେମ୍ସ ଆଥ୍ଲେଟ(World Games Athlete of the Year) ପାଇଁ ମନୋନୀତ ହୋଇଛନ୍ତି ଭାରତୀୟ ହକି ଦଳର ଗୋଲକିପର ପି.ଆର୍. ଶ୍ରୀଜେସ । ଟୋକିଓ ଅଲମ୍ପିକ ଗେମ୍ସରେ ଭାରତୀୟ ହକି ଦଳ ଦମ୍ଦାର ପ୍ରଦର୍ଶନ କରି କାଂସ୍ୟ ପଦକ ହାସଲ କରଥିଲା । ଏଥିରେ ଗୁରୁତ୍ବପୂର୍ଣ୍ଣ ଭୁମିକା ବହନ କରିଥିଲେ । ଏଥିପାଇଁ ତାଙ୍କୁ କ୍ରୀଡ଼ା ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍ ଦୌଡ଼ରେ ସାମିଲ କରାଯାଇଛି ।
ଏହି ପୁରସ୍କାର ପାଇଁ ଜାନୁଆରୀ ୧୦ ତାରିଖରୁ ଭୋଟିଂ ଆରମ୍ଭ ହେବ । ଜାନୁଆରୀ ୩୧ ପର୍ଯ୍ୟନ୍ତ ଏହି ଭୋଟିଂ ପ୍ରକ୍ରିୟା ଜାରି ରହିବ । ୨୪୦ରୁ ଅଧିକ ମ୍ୟାଚ୍ରେ ଭାରତରୁ ପ୍ରତିନିଧିତ୍ବ କରିଥିବା ଶ୍ରୀଜେଶଙ୍କୁ ୨୦୨୧ ବର୍ଷ ପାଇଁ ସର୍ବଶ୍ରେଷ୍ଠ ଗୋଲ କିପଲ ବିବେଚନା କରାଯାଇଛି । ଏହାପରେ କ୍ରୀଡ଼ା ବର୍ଷ ପାଇଁ ପୁରସ୍କାର ମିଳିବା ଭାରତ ପାଇଁ ଏକ ବଡ଼ ଉପଲବ୍ଧି ହେବ ।
୨୦୨୦ରେ ଏହି ପୁରସ୍କାର ହାସଲ କରିଥିଲେ ଭାରତୀୟ ମହିଳା ହକି ଦଳର ଅଧିନାୟିକା ରାନୀ ରାମପାଲ । କ୍ରୀଡ଼ା ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍ ପାଇଁ ୨୪ ଜଣ ଖେଳାଳିଙ୍କୁ ମନୋନୀତ କରାଯାଇଛି । ଜାନୁଆରୀ ୨୩ ତାରିଖରେ ଭୋଟିଂ ଆଧାରରେ ୧୦ ଜଣ ଖେଳାଳିଙ୍କୁ ବଛାଯିବ । ସେମାନଙ୍କ ପାଇଁ ୩୧ ତାରିଖ ଯାଏଁ ଭୋଟିଂ ଜାରି ରହିବ ।
2021 କ୍ରୀଡ଼ା ବର୍ଷ ୱାର୍ଲଡ ଗେମ୍ସ ଆଥ୍ଲେଟ ପାଇଁ ମନୋନୀତ ହୋଇଥିବାରୁ ଖୁସି ଜାହିର କରଛନ୍ତି ପି.ଆର୍. ଶ୍ରୀଜେଶ । ଏହା ଦଳର ଅଲମ୍ପିକ୍ରେ ପ୍ରଦର୍ଶନର ପରିଣାମ ବୋଲି ସେ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ