ଢାକା: ଏସିଆନ୍ ଚମ୍ପିଆନ୍ସ ଟ୍ରଫିର ରୋମାଞ୍ଚକର ବ୍ରୋଞ୍ଜ ପଦକ ମ୍ୟାଚ୍ରେ ପାକିସ୍ତାନକୁ ମାତ୍ ଦେଇଛି ଭାରତ । ୪-୩ ଗୋଲ୍ରେ ଏହି ମ୍ୟାଚ୍ରେ ବିଜୟ ହାସଲ କରିଛି ଭାରତ । ଗତକାଲି ଉଭୟ ଭାରତ ପାକିସ୍ତାନ ନିଜର ନିଜର ସେମିଫାଇନାଲ୍ ମ୍ୟାଚରେ ପରାଜିତ ହେବା ପରେ ଆଜି ବ୍ରୋଞ୍ଜ ପଦକ ପାଇଁ ପ୍ରତିଦ୍ବନ୍ଦିତା କରିଥିଲେ ।
-
A magnificent game of 🏑 comes to an end, with the #MenInBlue managing to beat Pakistan and taking the third position in the Hero Men’s Asian Champions Trophy Dhaka 2021. 💙#IndiaKaGame #HeroACT2021 pic.twitter.com/MJCAvYjNgy
— Hockey India (@TheHockeyIndia) December 22, 2021 " class="align-text-top noRightClick twitterSection" data="
">A magnificent game of 🏑 comes to an end, with the #MenInBlue managing to beat Pakistan and taking the third position in the Hero Men’s Asian Champions Trophy Dhaka 2021. 💙#IndiaKaGame #HeroACT2021 pic.twitter.com/MJCAvYjNgy
— Hockey India (@TheHockeyIndia) December 22, 2021A magnificent game of 🏑 comes to an end, with the #MenInBlue managing to beat Pakistan and taking the third position in the Hero Men’s Asian Champions Trophy Dhaka 2021. 💙#IndiaKaGame #HeroACT2021 pic.twitter.com/MJCAvYjNgy
— Hockey India (@TheHockeyIndia) December 22, 2021
ବ୍ରୋଞ୍ଜ ପଦକ ମ୍ୟାଚ୍ରେ ଭାରତ ପକ୍ଷରୁ ପ୍ରଥମ ଗୋଲ୍ ଷ୍ଟ୍ରାଇକର ହରମନପ୍ରୀତ ସିଂହ ଗୋଲ୍ କରିଥିଲେ । ପ୍ରଥମ କ୍ବାର୍ଟରରେ ହିଁ ଭାରତ ପାକିସ୍ତାନକୁ ଏକ ଗୋଲ୍ ଦେଇ ଆଗୁଆ ରହିଥିଲା । ଏହାପରେ ଦ୍ବିତୀୟ କ୍ବାର୍ଟରରେ ପାକିସ୍ତାନ ମଧ୍ୟ ଏକ ଗୋଲ୍ କରିଥିଲା । ଦ୍ବିତୀୟ କ୍ବାର୍ଟର ଶେଷ ସୁଦ୍ଧା ଉଭୟ ଦଳ ୧-୧ ଗୋଲ୍ରେ ବରାବର ରହିଥିଲେ ।
ଏହାପରେ ତୃତୀୟ କ୍ବାର୍ଟରରେ ଭାରତ ପକ୍ଷରୁ ବରୁଣ ଆଉ ଏକ ଗୋଲ୍ ଦେଇ ଭାରତକୁ ମ୍ୟାଚ୍ରେ ଆଗୁଆ ରଖିଥିଲେ । ତେବେ ତୃତୀୟ କ୍ବାର୍ଟର ଶେଷ ହେବାକୁ ବସିଥିବାବେଳେ ଶେଷ ବେଳକୁ ପାକିସ୍ତାନ ମଧ୍ୟ ଏକ ଗୋଲ ଦେଇ ମ୍ୟାଚ୍କୁ ବରାବରରେ ରଖିବାକୁ ସକ୍ଷମ ହୋଇଥିଲା । ଏହାପରେ ଆରମ୍ଭ ହୋଇଥିଲା ନିର୍ଣ୍ଣାୟକ ଚତୁର୍ଥ କ୍ବାର୍ଟର ।
ଚତୁର୍ଥ କ୍ବାର୍ଟର ଆରମ୍ଭ ହେବା ମାତ୍ରେ ବରୁଣ ୫୩ତମ ମିନିଟରେ ପାକିସ୍ତାନକୁ ଗୋଲ୍ ଦେଇଥିଲେ । ଏହାପରେ ଦୁଇ ଦଳ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ଏହାର ୪ ମିନିଟ ପରେ ଅର୍ଥାତ ୫୭ତମ ମିନିଟ୍ରେ ଅକ୍ଷଦୀପ ସିଂହ ଭାରତ ପକ୍ଷରୁ ୪ ନମ୍ବର ଗୋଲ୍ ଦେଇ ଭାରତର ବିଜୟକୁ ସୁନିଶ୍ଚିତ କିରଥିଲେ । ୫୮ତମ ମିନିଟ୍ରେ ପାକିସ୍ତାନ ପକ୍ଷରୁ ଏକ ଗୋଲ୍ କରାଯାଇଥିଲେ ସୁଦ୍ଧା ଏହା ବିଜୟ ପାଇଁ ଯଥେଷ୍ଟ ନଥିଲା । ଶେଷରେ ମ୍ୟାଚ ହାତେଇ ନେଇଥିଲା ଭାରତ । ଗତକାଲି ଜାପାନ ଠାରୁ ଭାରତ ପରାଜିତ ହୋଇଥିବାବେଳେ ପାକିସ୍ତାନ କୋରିଆ ଠାରୁ ପରାଜିତ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ