ETV Bharat / sports

ମହିଳା ସିରିଜ ଫାଇନାଲ୍ସର ଆଜି ଫାଇନାଲ ଫାଇଟ, ଆୟୋଜକ ଜାପାନକୁ ଭେଟୁଛି ଭାରତ

ସଣ୍ଡେ ସୁପର ଫାଇଟରେ FIH ମହିଳା ହକି ସିରିଜ ଫାଇନାଲ୍ସର ଖେଳାଯିବ ଫାଇନାଲ ମ୍ୟାଚ । ଏହି ମହା ଲଢେଇରେ ଆୟୋଜକ ଜାପାନକୁ ଭେଟୁଛି ଭାରତୀୟ ମହିଳା ଦଳ ।

author img

By

Published : Jun 23, 2019, 3:07 PM IST

Updated : Jun 25, 2019, 2:17 PM IST

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ହିରୋସୀମା: ସଣ୍ଡେ ସୁପର ଫାଇଟରେ FIH ମହିଳା ହକି ସିରିଜ ଫାଇନାଲ୍ସର ଖେଳାଯିବ ଫାଇନାଲ ମ୍ୟାଚ । ଏହି ମହା ଲଢେଇରେ ଆୟୋଜକ ଜାପାନକୁ ଭେଟୁଛି ଭାରତୀୟ ମହିଳା ଦଳ । ତେବେ ଅଲମ୍ପିକ ମାନ୍ୟତା ପାଇଁ ଏହି ଫାଇନାଲ ମୁକାବିଲାରେ ଭାରକ ତାର ଜି ଜାନ୍‌ ଲାଗଇ ଦେବ । ଅନ୍ୟପଟେ ପୁରୁଷ ସିରିଜ ଫାଇନାଲ୍ସରେ ଭାରତୀୟ ଦଳ ସ୍ବର୍ଣ୍ଣ ଜିତି ଅଲମ୍ପିକ୍‌ ଯୋଗ୍ୟତା ହାସଲ କରିସାରିଛି । ଏବେ ମହିଳା ଦଳର ପାଳି ।

ତେବେ ଶନିବାର ଖେଳାଯାଇଥିବା ସେମିଫାଇନାଲରେ ଚିଲିକୁ 4-2 ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଥିଲା ଟିମ ଇଣ୍ଡିଆ । ମ୍ୟାଚରେ ପ୍ରଥମ କ୍ବାଟରରେ କଡା ଟକ୍କର ଦେଖିବାକୁ ମିଳିଥିଲା । ଉଭୟ ଦଳ ଗୋଲ ଶୂନ୍ୟ ରହିଥିଲେ । ତେବେ ଚିଲି ପକ୍ଷରୁ ମ୍ୟାଚର ପ୍ରଥମ ଗୋଲ ଆସିଥିଲା । 18ତମ ମିନିଟରେ କାରୋଲିନା ଗାରକିଆ ପ୍ରଥମେ ଗୋଲ କରି ଚିଲିକୁ 1-0ରେ ଆଗୁଆ କରିଥିଲେ । ତେବେ ଭାରତ ପକ୍ଷରୁ 22ତମ ମିନିଟରେ ଏହି ଗୋଲର ଉତ୍ତର ମିଳିଥିଲା ।

ଅନ୍ୟପଟେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରେ ଅପରାଜୟ ରହିଛି ଭାରତୀୟ ମହିଳା ଦଳ । ସେହିପରି 2ୟ ସେମିଫାଇନାଲରେ ରୁଷିଆକୁ ହରାଇ ଫାଇନାଲରେ ପ୍ରବେଶ କରିଛି ଜାପାନ ।

Intro:Body:Conclusion:
Last Updated : Jun 25, 2019, 2:17 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.