ହାଇଦ୍ରାବାଦ: ଅନ୍ତର୍ଜାତୀୟ ହକି ମହାସଂଘ(FIH) ପକ୍ଷରୁ ସୋମବାର ଜାରି ହୋଇଛି ହକି ମାନ୍ୟତା । ସଦ୍ୟ ପ୍ରକାଶିତ ମାନ୍ୟତାରେ ବେଲଜିୟମ ପୁରୁଷ ଟିମ ଓ ନେଦରଲାଣ୍ଡସର ମହିଳା ଟିମ ତାଲିକାର ଶୀର୍ଷରେ ରହିଛନ୍ତି ।
ପୁରୁଷ ମାନ୍ୟତାରେ ବିଶ୍ବ ଚମ୍ପିଆନ ତଥା ୟୁରୋପୀୟ ଚମ୍ପିଆନ ବେଲଜିୟମ 2496.88 ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି । ଅଷ୍ଟ୍ରେଲିଆ 2385.70 ପଏଣ୍ଟ ସହ ଦ୍ବିତୀୟ ଓ ନେଦରଲାଣ୍ଡସ 2257.96 ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି । ଭାରତ 2063 ପଏଣ୍ଟ ସହ 4ର୍ଥ ସ୍ଥାନରେ ରହିଛି ।
ସେହିପରି ଅଲମ୍ପିକ ଚମ୍ପିଆନ ଆର୍ଜେଣ୍ଟିନା 5ମ, ଜର୍ମାନୀ ଷଷ୍ଠ, ଇଂଲଣ୍ଡ/ଗ୍ରେଟ ବ୍ରିଟେନ 7ମ, ନ୍ୟୁଜିଲାଣ୍ଡ 8ମ, ସ୍ପେନ ନବମ ଓ କାନାଡା 10ମ ସ୍ଥାନରେ ରହିଛନ୍ତି ।
ମହିଳା ଟିମ ମାନ୍ୟତାରେ ନେଦରଲାଣ୍ଡସ 2631.99 ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛି । 2147 ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ଆର୍ଜେଣ୍ଟିନା ରହିଛି । ଜର୍ମାନୀ 2054 ପଏଣ୍ଟ ସହ ତୃତୀୟ , ଅଷ୍ଟ୍ରେଲିଆ 4ର୍ଥ, ଇଂଲଣ୍ଡ/ଗ୍ରେଟ ବ୍ରିଟେନ 5ମ ସ୍ଥାନରେ ବର୍ଷ ଶେଷ କରିବେ । ନ୍ୟୁଜିଲାଣ୍ଡ ଷଷ୍ଠ, ସ୍ପେନ 7ମ, ଆରୟଲାଣ୍ଡ 8ମ ଭାରତୀୟ ମହିଳା ହକି ଟିମ ନବମ ସ୍ଥାନରେ ରହିଛି । ଚୀନ 10ମ ସ୍ଥାନରେ ସନ୍ତୁଷ୍ଟ ହୋଇଛି ।
-
Belgium men and Netherlands women finish 2020 at top of FIH World Rankings!@hockeybe @oranjehockey
— International Hockey Federation (@FIH_Hockey) December 21, 2020 " class="align-text-top noRightClick twitterSection" data="
Read the full story 👉 https://t.co/SDJaIbnoyV pic.twitter.com/8rAdggfplI
">Belgium men and Netherlands women finish 2020 at top of FIH World Rankings!@hockeybe @oranjehockey
— International Hockey Federation (@FIH_Hockey) December 21, 2020
Read the full story 👉 https://t.co/SDJaIbnoyV pic.twitter.com/8rAdggfplIBelgium men and Netherlands women finish 2020 at top of FIH World Rankings!@hockeybe @oranjehockey
— International Hockey Federation (@FIH_Hockey) December 21, 2020
Read the full story 👉 https://t.co/SDJaIbnoyV pic.twitter.com/8rAdggfplI
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ