ବେଙ୍ଗାଲୁରୁ: ଭାରତୀୟ ଜୁନିୟର ମହିଳା ହକି ଟିମର ଡିଫେଣ୍ଡର ଗଗନଦୀପ କୌର । ତାଙ୍କର ଲକ୍ଷ୍ୟ ସିନିୟର ଭାରତୀୟ ହକି ଦଳରେ ସାମିଲ ହେବା । ସେ ଜୁନିୟର ମହିଳା ଏସିଆ କପ ପାଇଁ ଅଭ୍ୟାସ କରୁଛନ୍ତି । ଏହି ମୁକାବିଲା 11ରୁ 17 ଏପ୍ରିଲ ମଧ୍ୟରେ ହେବ ।
ଗଗନଦୀପ ନିଜର ଲକ୍ଷ୍ୟକୁ କହିଛନ୍ତି ଯେ, ମୋର ଟ୍ରେନିଙ୍ଗରେ 100 ପ୍ରତିଶତ ଦେଇଛି । ଦିନକପ ଦିନ ଖେଳରେ ସୁଧାର ଆଣୁଛି । ମୋର ଆଶା ଜୁନିୟର ଟିମରେ ମୋର ଯାତ୍ରା ସମାପ୍ତ ହେବା ପୂର୍ବରୁ ମୋର ଚୟନ ସିନିୟର ଦଳରେ ହେବ ।
21 ବର୍ଷୀୟ ଗଗନଦୀପ 2016 ଜିନୁୟର ଏସିଆ କପ୍ରେ କାଂସ୍ୟ ପଦକ ଜିଣିଥିବା ଭାରତୀୟ ଦଳରେ ସାମିଲ ଥିଲେ ।
ସେ ଆହୁରି ମଧ୍ୟ କହିଛନ୍ତି, କିଛିବର୍ଷର ଟ୍ରେନିଙ୍କ ପରେ ମୁଁ ଜାତୀୟସ୍ତରରେ ଖେଳିବା ଆରମ୍ଭ କରିଥିଲି । ରାନୀ ଦିଦି ମୋର ପ୍ରେରଣା । ମୋ ନାଁ ଲେଖା ହୋଇଥିବା ଭାରତୀୟ ଜର୍ସି ପିନ୍ଧିବା ମୋର ଲକ୍ଷ୍ୟ ।