ETV Bharat / sports

ଆଜି ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ

author img

By

Published : Aug 17, 2021, 7:02 AM IST

ଆଜି(ମଙ୍ଗଳବାର) ଓଡିଶା ଆସିବେ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଚ ପଦକ ଜିତିଥିବା ଭାରତୀୟ ପୁରୁଷ ଓ ଚତୁର୍ଥ ସ୍ଥାନ ହାସଲ କରିଥିବା ମହିଳା ହକି ଦଳ । ଅଧିକ ପଢନ୍ତୁ...

ଆଜି ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ
ଆଜି ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି(ମଙ୍ଗଳବାର) ଓଡିଶା ଆସିବେ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଚ ପଦକ ଜିତିଥିବା ଭାରତୀୟ ପୁରୁଷ ଓ ଚତୁର୍ଥ ସ୍ଥାନ ହାସଲ କରିଥିବା ମହିଳା ହକି ଦଳ । ଉଭୟ ଦଳର ଚମତ୍କାର ପ୍ରଦର୍ଶନ ପାଇଁ ସେମାନଙ୍କୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ । ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ।

ଖେଳାଳୀଙ୍କ ସ୍ବାଗତ ପାଇଁ କଳିଙ୍ଗ ଷ୍ଟାଡିୟମ ଠାରୁ ନେଇ ରାଜଧାନୀର ରାସ୍ତାଘାଟ ସଜେଇ ହୋଇଛି । ଆଜି ପୂର୍ବାହ୍ନ ୧୧ଟା ରେ ଖେଳାଳୀ ମାନେ ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ସେମାନଙ୍କୁ ସ୍ବାଗତ କରାଯିବା ପରେ କଡା ସୁରକ୍ଷା ବଳୟ ମଧ୍ୟରେ ହୋଟେଲକୁ ନିଆଯିବ । ଅପରାହ୍ନ ୩ଟାରେ ଭଭୟ ଦଳର ଖେଳାଳୀ ସମ୍ବାଦିକ ସମ୍ମିଳନୀରେ ସାମିଲ ହେବେ । ଏହାପରେ କଳିଙ୍ଗ ଷ୍ଟାଡିୟମ ଯିବେ ।

ଏହା ପରେ ସନ୍ଧ୍ୟା ୬ଟା ୩୦ରେ ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀ ଉଭୟ ପୁରୁଷ ଓ ମହିଳା କ୍ରୀ଼ଡାବିତଙ୍କୁ ସମ୍ବର୍ଦ୍ଧିତ କରିବେ । ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦୀର୍ଘ ୪୧ ବର୍ଷ ପରେ ବ୍ରୋଞ୍ଚ ପଦକ ଜିତି ଇତିହାସ ରଚିଛି । ମହିଳା ଦଳ ପଦକ ଜିତିନାହିଁ ସତ ଶ୍ରେଷ୍ଠ ପ୍ରଦର୍ଶନ କରି ସମସ୍ତଙ୍କ ହୃଦୟ ଜିତି ଚତୁର୍ଥ ସ୍ଥାନରେ ରହିଥିଲା ।

ପ୍ରକାଶ ଥାଉ କି, ଟୋକିଓ ଅଲିମ୍ପିକ୍ସରେ ହକି ମ୍ୟାଚ ସରିବା ପରେ ଉଭୟ ଟିମକୁ ଓଡିଶା ଆସିବାକୁ ନିମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.