କୋଭିଲପଟ୍ଟି(ତାମିଲନାଡୁ): ଚଳିତ ଏକାଦଶତମ ହକି ଇଣ୍ଡିଆ ଜୁନିଅର ନ୍ୟାସନାଲ ଚାମ୍ପିଅନସିପ୍ରେ ଓଡିଶାର ବିଜୟ ଯାତ୍ରା ଜାରି । କ୍ବାର୍ଟର-ଫାଇନାଲ ମ୍ୟାଚ୍ରେ ଦମଦାର ପ୍ରଦର୍ଶନ ସହ ହକି ବିହାରକୁ ୪-୧ ଗୋଲ୍ରେ ମାତ୍ ଦେଇ ସେମିଫାଇନାଲରେ ପ୍ରବେଶ କରିଛି ଟିମ ଓଡିଶା ।
ଚତୁର୍ଥ କ୍ବାର୍ଟର-ଫାଇନାଲ ମ୍ୟାଚ୍ର ପ୍ରଥମାର୍ଦ୍ଧ ସଂଘର୍ଷପୂର୍ଣ୍ଣ ରହିଥିଲା । ପ୍ରବଳ ଛକାପଞ୍ଝା ମଧ୍ୟରେ ଉଭୟ ଓଡିଶା ଓ ବିହାର ଗୋଲ୍ ସ୍କୋର୍ କରିପାରିନଥିଲେ । ତେବେ ମ୍ୟାଚ୍ର ୩୮ତମ ମିନିଟ୍ରେ ଓଡିଶା ପକ୍ଷରୁ ଅମନଦୀପ ଲାକ୍ରା ଏକ ଚମତ୍କାର ଗୋଲ୍ କରି ହକି ଆସୋସିଏସନ ଅଫ୍ ଓଡିଶାକୁ ୧-୦ରେ ଆଗୁଆ କରାଇଥିଲେ । ଏହାପରେ ସୁଶାନ୍ତ ଟପ୍ପୋ ୪୪ତମ ମିନିଟ୍ରେ ଦ୍ବିତୀୟ ଗୋଲ୍ କରିଥିଲେ । ମୋନୁ କୁମାର ହକି ବିହାର ପକ୍ଷରୁ ୫୦ତମ ମିନିଟ୍ରେ ଏକମାତ୍ର ଗୋଲ୍ କରିଥିଲେ । ମାତ୍ର ସୁଦୀପ ଚିରମାକୋ ୫୧ତମ ମିନିଟ୍ରେ ଓ ଶେଷ ମିନିଟ୍ରେ ଦୁଇଟି ଦମଦାର ଗୋଲ୍ ସହ ଓଡିଶାର ବିଜୟ ସୁନିଶ୍ଚିତ କରିଥିଲେ ।
-
𝗜𝗻𝘁𝗼 𝘁𝗵𝗲 𝗦𝗲𝗺𝗶𝗳𝗶𝗻𝗮𝗹𝘀, 𝗜𝗻 𝗦𝘁𝘆𝗹𝗲!
— Odisha Sports (@sports_odisha) December 22, 2021 " class="align-text-top noRightClick twitterSection" data="
The Junior #Odisha boys have defeated #Bihar by 4-1 to enter into the semifinals of the Junior National Hockey Championship at Kovilpatti, #TamilNadu. 👏👏
Many Congratulations boys and good luck for the semis! 🙌 pic.twitter.com/9M9c1aWXdF
">𝗜𝗻𝘁𝗼 𝘁𝗵𝗲 𝗦𝗲𝗺𝗶𝗳𝗶𝗻𝗮𝗹𝘀, 𝗜𝗻 𝗦𝘁𝘆𝗹𝗲!
— Odisha Sports (@sports_odisha) December 22, 2021
The Junior #Odisha boys have defeated #Bihar by 4-1 to enter into the semifinals of the Junior National Hockey Championship at Kovilpatti, #TamilNadu. 👏👏
Many Congratulations boys and good luck for the semis! 🙌 pic.twitter.com/9M9c1aWXdF𝗜𝗻𝘁𝗼 𝘁𝗵𝗲 𝗦𝗲𝗺𝗶𝗳𝗶𝗻𝗮𝗹𝘀, 𝗜𝗻 𝗦𝘁𝘆𝗹𝗲!
— Odisha Sports (@sports_odisha) December 22, 2021
The Junior #Odisha boys have defeated #Bihar by 4-1 to enter into the semifinals of the Junior National Hockey Championship at Kovilpatti, #TamilNadu. 👏👏
Many Congratulations boys and good luck for the semis! 🙌 pic.twitter.com/9M9c1aWXdF
ଏହାମଧ୍ୟ ପଢନ୍ତୁ: Asian champions trophy: ଚିତ୍ପଟାଙ୍ଗ୍ ପାକିସ୍ତାନ, ଭାରତ ଜିତିଲା ବ୍ରୋଞ୍ଜ ପଦକ
ଅନ୍ୟପଟେ ପ୍ରଥମ କ୍ବାର୍ଟର-ଫାଇନାଲରେ ହକି ଚଣ୍ଡିଗଡ ୩-୨ ଗୋଲ୍ରେ ହକି ପଞ୍ଜାବକୁ ଓ ଦ୍ବିତୀୟ ମ୍ୟାଚ୍ରେ ହକି ହରିୟାଣା ତାମିଲନାଡକୁ ୭-୩ ଗୋଲ୍ରେ ହରାଇ ସେମିରେ ପ୍ରବେଶ କରିଛନ୍ତି । ସେହିପରି ତୃତୀୟ କ୍ବାର୍ଟର ମୁକାବିଲାରେ ଦିଲ୍ଲୀ ହକିକୁ ୯-୦ ଗୋଲ୍ର ବଡ ବ୍ୟବଧାନରେ ହରାଇ ସେମିଫାଇନାଲ ଟିକେଟ ହାତେଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ