ETV Bharat / sports

Hockey Junior WC: ଜୁନିଅର ଟିମକୁ ମନପ୍ରୀତ, ଶ୍ରୀଜେଶଙ୍କ ବିଜୟ ମନ୍ତ୍ର

author img

By

Published : Nov 23, 2021, 10:55 PM IST

ପୁରୁଷ ଜୁନିଅର ହକି ବିଶ୍ବକପ ୨୦୨୧ପାଇଁ ଏବେ ବିଶ୍ବର ନଜର ଏବେ ଓଡିଶାର ଐତିହାସିକ କଳିଙ୍ଗ ଷ୍ଟାଡିୟମରେ କେନ୍ଦ୍ରୀଭୁତ । ଏହି ମେଗା ଇଭେଣ୍ଟ ପାଇଁ ଭାରତୀୟ ସିନିୟର ଟିମର କ୍ୟାପଟେନ ମନପ୍ରୀତ ସିଂହ, ଷ୍ଟାର ଗୋଲ୍‌କିପର ପିଆର ଶ୍ରୀଜେଶ ଜୁନିଅର ଟିମ ପାଇଁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି । ଅଧିକ ପଢନ୍ତୁ

Hockey Junior WC: Stalwarts Manpreet Singh, Sreejesh send special message to Indian colts
Hockey Junior WC: ଜୁନିଅର ଟିମକୁ ମନପ୍ରୀତ, ଶ୍ରୀଜେଶଙ୍କ ବିଜୟ ମନ୍ତ୍ର

ଭୁବନେଶ୍ବର: ପୁରୁଷ ଜୁନିଅର ହକି ବିଶ୍ବକପ ୨୦୨୧ପାଇଁ ଏବେ ବିଶ୍ବର ନଜର ଏବେ ଓଡିଶାର ଐତିହାସିକ କଳିଙ୍ଗ ଷ୍ଟାଡିୟମରେ କେନ୍ଦ୍ରୀଭୁତ । ଏହି ମେଗା ଇଭେଣ୍ଟ ପାଇଁ ଭାରତୀୟ ସିନିୟର ଟିମର କ୍ୟାପଟେନ ମନପ୍ରୀତ ସିଂହ, ଷ୍ଟାର ଗୋଲ୍‌କିପର ପିଆର ଶ୍ରୀଜେଶ ଜୁନିଅର ଟିମ ପାଇଁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି ।

ଡିଫେଣ୍ଡିଂ ଚମ୍ପିଆନ ଭାରତ ପୁଣି ଥର ଟ୍ରଫି ନିଜ ପାଖରେ ରଖିବାକୁ ଦମ ଲଗାଇବ । FIH ଓଡିଶା ପୁରୁଷ ହକି ବିଶ୍ବକପ(Hockey Junior WC) ଭୁବନେଶ୍ବର ୨୦୨୧ ବୁଧବାର ଠାରୁ ଆରମ୍ଭ ହେବାକୁ ଯାଉଛି ।

ହକି ଇଣ୍ଡିଆ ପକ୍ଷରୁ ପ୍ରକାଶିତ ଏକ ବିବୃତିରେ ଜୁନିଅର ଟିମ ଉଦ୍ଦେଶ୍ୟରେ ଭେଟେରାନ ଗୋଲକିପର୍‌ ପିଆର ଶ୍ରୀଜେଶ କହିଛନ୍ତି, "ଗତ କିଛି ମାସ ମଧ୍ୟରେ ଟିମର ପ୍ରଦର୍ଶନ ବେଙ୍ଗାଲୁରୁରେ ଜବରଦସ୍ତ ରହିଛି । ଜୁନଅର ଟିମ ସହିତ କିଛି ମ୍ୟାଚ୍‌ ଆମେ ଖେଳିଛୁ, ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ କରିବାକୁ ଟିମ ପ୍ରସ୍ତୁତ ।"

ସେହିପରି ଭାରତୀଯ କ୍ୟାପଟେନ ମନପ୍ରୀତ ସିଂହ ମେଗା ବିଶ୍ବକର ଟୁର୍ନାମେଣ୍ଟରେ ଜୁନିଅର ଭାରତୀୟ ଟିମ ଫାଇନାଲରେ ପ୍ରବେଶ କରିବ ବୋଲି ଦୃଢ ଆଶାବାଦୀ ଥିବା କହିଛନ୍ତି ।

ମନପ୍ରୀତ କହିଛନ୍ତି, "ବାସ୍ତବରେ ଗୋଟିଏ ମ୍ୟାଚ୍‌ରେ ଜୁନିଅର ଟିମ ଆମକୁ ହରାଇଛନ୍ତି । ମୁଁ ବହୁତ ଖୁସି ଓ ଦୃଢ ଆଶାବାଦୀ ଯେ ସେମାନେ (ଭାରତ) ଫାଇନାଲରେ ପହଞ୍ଚିବାର ସମସ୍ତ ସାମର୍ଥ୍ୟ ରଖିଛନ୍ତି । ସଂପୂର୍ଣ୍ଣ ଟୁର୍ନାମେଣ୍ଟରେ ଯଦି ଦଳଗତ ପ୍ରଦର୍ଶନ ଜାରିରୁହେ ତେବେ ସେମାନେ ଟ୍ରଫି ନିଶ୍ଚୟ ଜିତିପାରିବେ ।"

କ୍ୟାପଟେନ ବିବେକ ସାଗର ପ୍ରସାଦଙ୍କୁ ମଧ୍ୟ ଖାସ୍‌ ଟିପ୍ସ ଦେଇଥିବା କହିଛନ୍ତି ମନପ୍ରୀତ । ବିଜୟ ଓ ପରାଜୟ ଖେଳର ଏକ ଅଂଶ । ମାତ୍ର କଠିନ ପରିସ୍ଥିତିରେ ଟିମ ସହିତ ରହିବାକୁ ବିବେକଙ୍କୁ ଅନେକ ବାର କହିଥିବା ମନପ୍ରୀତ କହିଛନ୍ତି ।

ଭାରତୀୟ ଟିମ ଫ୍ରାନ୍ସ ବିପକ୍ଷରେ ବୁଧବାର ପ୍ରଥମ ମ୍ୟାଚ୍‌ ଖେଳି ବିଶ୍ବକପ ଅଭିଯାନ ଆରମ୍ଭ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.