ETV Bharat / sports

ବର୍ମିଂଘାମ ରାଜ୍ୟଗୋଷ୍ଠୀ କ୍ରୀଡାରୁ ଓହରିଲା ହକି ଇଣ୍ଡିଆ

author img

By

Published : Oct 5, 2021, 9:33 PM IST

ଆଗାମୀ ବର୍ଷ ବର୍ମିଂଘାମରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡା (କମନ୍‌ୱେଲ୍ଥ ଗେମ୍ସ)ର ହକି ପ୍ରତିଯୋଗିତାରୁ ଓହରିଲା ଭାରତ । ଅଧିକ ପଢନ୍ତୁ...

HOCKEY INDIA WITHDRAWS FROM 2022 BIRMINGHAM CWG
ବର୍ମିଂଘାମ ରାଜ୍ୟଗୋଷ୍ଠୀ କ୍ରୀଡାରୁ ଓହରିଲା ହକି ଇଣ୍ଡିଆ

ନୂଆଦିଲ୍ଲୀ: ଆଗାମୀ ବର୍ଷ ବର୍ମିଂଘାମରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡା (କମନ୍‌ୱେଲ୍ଥ ଗେମ୍ସ)ର ହକି ପ୍ରତିଯୋଗିତାରୁ ଓହରିଲା ଭାରତ । COVID-୧୯ ସମ୍ବଳିତ କାରଣ ଓ ବ୍ରିଟେନ ଯାତ୍ରା କରୁଥିବା ଭାରତୀୟ ନାଗରିକଙ୍କ ପାଇଁ ଭେଦଭାବପୂର୍ଣ୍ଣ କ୍ବାରେଣ୍ଟିନ ନିୟମ କାରଣରୁ ପ୍ରତିଯୋଗିତାରୁ ଓହରିଯାଇଛି ଭାରତ । ଦିନକ ପୂର୍ବରୁ ସମାନ କାରଣ ଦର୍ଶାଇ ଭୁବନେଶ୍ବରରେ ହେବାକୁ ଥିବା ପୁରୁଷ ଜୁନିଅର ହକି ବିଶ୍ବକପରୁ ଓହରିଯାଇଥିଲା ଇଂଲଣ୍ଡ ।

ହକି ଇଣ୍ଡିଆ ଅଧ୍ୟକ୍ଷ ଜ୍ଞାନେନ୍ଦ୍ର ନିଙ୍ଗୋମ୍ବାମ ଏକ ଚିଠି ମାଧ୍ୟମରେ ସଂଘର ନିଷ୍ପତ୍ତି ଭାରତୀୟ ଅଲମ୍ପିକ ଆସୋସିଏସନ(IOA)କୁ ଜଣାଇଛନ୍ତି ।

ହକି ଇଣ୍ଡିଆ ପକ୍ଷରୁ କମନ୍‌ୱେଲ୍ଥ ହକି ପ୍ରତିଯୋଗିତାର ଅନ୍ୟ ଏକ ପ୍ରମୁଖ କାରଣ ମଧ୍ୟ ଦର୍ଶାଯାଇଛି ଯେ, ଜୁଲାଇ ୨୮ରୁ ଅଗଷ୍ଟ ୮ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ବର୍ମିଂଘାମ ଗେମ୍ସ ଓ ହାଙ୍ଗଜୋଉରେ ସେପ୍ଟେମ୍ବର ୧୦ରୁ ୨୫ ପର୍ଯ୍ୟନ୍ତ ହେବାକୁ ଥିବା ଏସିଆନ ଗେମ୍ସ ମଧ୍ୟରେ ମାତ୍ର ୨୩୨ ଦିନର ସମୟ ରହିଛି ।

ଫଳରେ କୋରୋନାଭାଇରସ ମହାମାରୀରେ ସର୍ବାଧିକ ପ୍ରଭାବିତ ହୋଇଥିବା ଦେଶମାନଙ୍କ ମଧ୍ୟରେ ଥିବା UKକୁ ଖେଳାଳିଙ୍କୁ ପଠାଇବା ବିପଦପୂର୍ଣ୍ଣ ହୋଇପାରେ ବୋଲି ହକି ଇଣ୍ଡିଆ ସ୍ପଷ୍ଟ କରିଛି ।

୨୦୨୪ ପ୍ୟାରିସ ଅଲମ୍ପିକ୍‌ ପାଇଁ ଯୋଗ୍ୟତା ଅର୍ଜନ କରିବାକୁ ଏସିଆନ ଗେମ୍ସ ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟ ରହିଛି । ଫଳରେ ଏହି ମେଗା ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ଭାରତୀୟ ଟିମ COVID-୧୯ର ଆହ୍ବାନପୂର୍ଣ୍ଣ ସମୟରେ ରିସ୍କ ନେବାକୁ ଚାହେଁ ନାହିଁ । ସେଥିପାଇଁ ହକି ଇଣ୍ଡିଆ ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨କୁ ପୁରୁଷ କିମ୍ବା ମହିଳା ଟିମ ପଠାଇବ ନାହିଁ । ଚିଠିରେ ଏହା ଦର୍ଶାଇଛନ୍ତି ହକି ଇଣ୍ଡିଆ ଅଧ୍ୟକ୍ଷ ନିଙ୍ଗୋମ୍ବାମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.