ETV Bharat / sports

ପୁରୁଷ ହକି ବିଶ୍ବକପ ୨୦୨୩: FIH ପକ୍ଷରୁ ୪ ଭାରତୀୟ ଅମ୍ପାୟରଙ୍କୁ ନିଯୁକ୍ତି - ଅନ୍ତର୍ଜାତୀୟ ହକି ମହାସଂଘ ନ୍ୟୁଜ

ରାଉରକେଲା ଓ ଭୁବନେଶ୍ବରରେ ଖେଳାଯିବାକୁ ଥିବା ପୁରୁଷ ହକି ବିଶ୍ବକପ ଓଡିଶା ୨୦୨୩ ପାଇଁ ୪ ଜଣ ଭାରତୀୟ ମ୍ୟାଚ୍‌ ଅଫିସିଆଲ ନିଯୁକ୍ତ କରିଛି ଅନ୍ତର୍ଜାତୀୟ ହକି ମହାସଂଘ (FIH) ।

Four Indian officials appointed for Hockey Men's World Cup 2023
ପୁରୁଷ ହକି ବିଶ୍ବକପ ୨୦୨୩: FIH ପକ୍ଷରୁ ୪ ଭାରତୀୟ ଅମ୍ପାୟରଙ୍କୁ ନିଯୁକ୍ତି
author img

By

Published : Nov 29, 2021, 10:47 PM IST

ଭୁବନେଶ୍ବର: ରାଉରକେଲା ଓ ଭୁବନେଶ୍ବରରେ ଖେଳାଯିବାକୁ ଥିବା ହକି ପୁରୁଷ ବିଶ୍ବକପ(Hockey Men's World Cup) ଓଡିଶା ୨୦୨୩ ପାଇଁ ମ୍ୟାଚ୍‌ ଅଫିସିଆଲ ଘୋଷଣା କରିଛି ଅନ୍ତର୍ଜାତୀୟ ହକି ମହାସଂଘ(FIH) । ସୋମବାର ଘୋଷଣା ହୋଇଥିବା ତାଲିକାରେ ୪ଜଣ ଭାରତୀୟ ଅଧିକାରୀ ରହିଛନ୍ତି । ସେମାନେ ହେଲେ ସୋନିଆ ବାଠଲା, ଡକ୍ଟର ବିଭୁ ନାୟକସ ରଘୁ ପ୍ରସାଦ ଓ ଜାଭେଦ ଶୈଖ । ଅମ୍ପାୟାର ଭାବେ ନିଯୁକ୍ତ ହୋଇଛନ୍ତି ।

ଏକମାତ୍ର ମହିଳା ସୋନିଆ ବାଠଲା ଟେକ୍ନିକାଲ ଅଫିସିଆଲ ଭାବେ ନିଯୁକ୍ତ ହୋଇଥିବାବେଳେ ଅନ୍ୟ ୩ଜଣ ଅମ୍ପାୟର ଭାବେ ଚୟନ ହୋଇଛନ୍ତି ।

ହକି ଇଣ୍ଡିଆ ସଭାପତି ଜ୍ଞାନେନ୍ଦ୍ର ନିଙ୍ଗୋମ୍ବାମ ଭାରତୀୟ ଅଧିକାରୀଙ୍କ ଏହି ନିଯୁକ୍ତି ନେଇ ଶୁଭେଚ୍ଛା ଜଣାଇଛନ୍ତି । "'ଏହା ଆମ ପାଇଁ ଗର୍ବର ବିଷୟ ଯେ ହକି ଇଣ୍ଡିଆର ଅଧିକାରୀ ମେଗା ୨୦୩ ବିଶ୍ବକପ ଟୁର୍ନାମେଣ୍ଟରେ ଭାରତର ପ୍ରତିନିଧିତ୍ବ କରିବେ," କହିଛନ୍ତି ନିଙ୍ଗୋମ୍ବାମ ।

ସମ୍ମାନଜନକ ବିଶ୍ବକପ ଟୁର୍ନାମେଣ୍ଟ ପାଇଁ ଚୟନ ହେବାପରେ ବାଠଲା ଖୁସି ଜାହିର କରିଛନ୍ତି ।

ସେହିପରି ଅମ୍ପାୟର ନିଯୁକ୍ତ ହୋଇଥିବା ଜାଭେଦ ଶୈଖ ମଧ୍ୟ ଏହା ସମ୍ମାନର ବିଷୟ ବୋଲି କହିଛନ୍ତି । ପୂର୍ବରୁ ଅମ୍ପାୟର ଶୈଖ ଟୋକିଓ ଅଲମ୍ପିକ୍‌, କମନୱେଲ୍ଥ ଗେମ୍ସ, ଏସିଆନ ଗେମ୍ସ ଓ ୨୦୧୪ ପୁରୁଷ ବିଶ୍ବକପରେ ମଧ୍ୟ ମ୍ୟାଚ୍‌ ପରିଚାଳନା କରିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.