ହାଇଦ୍ରାବାଦ: ହିରୋସିମାରେ ଚାଲିଥିବା ମହିଳା ହକି ସିରିଜ ଫାଇନାଲରେ ଭାରତ ସେମିଫାଇନାଲରେ ପ୍ରବେଶ କରିଛି । ଭାରତୀୟ ଦଳ ଟୁର୍ଣ୍ଣାମେଣ୍ଟରେ ଏଯାବତ ଅପରାଜିତ ରହିଛି । ଦମଦାର ପ୍ରଦର୍ଶନ କରି ବଡ ବ୍ୟବଧାନରେ ସବୁ ଲିଗ ମ୍ୟାଚରେ ବିଜୟୀ ହୋଇଛି ।
ଶେଷ ଲିଗ ମ୍ୟାଚରେ ଫିଜିକୁ 11-0 ଗୋଲରେ ହରାଇଛି ଭାରତୀୟ ମହିଳା ହକି ଦଳ ।
ଭାରତ ପକ୍ଷରୁ ମ୍ୟାଚର 4ର୍ଥ ମିନିଟରେ ହିଁ ଭାରତ ପାଇଁ ଗୋଲ କରିଥିଲେ ଲାଲ୍ରେସିଆମି । ପରେ ରାନି ମ୍ୟାଚର 10ମ ମିନିଟରେ 2ୟ ଗୋଲ ଦେଇଥିଲେ । ତେବେ ଭାରତ ଫିଜିକୁ ବାରମ୍ବାର ଆକ୍ରମଣ କରି କ୍ରମାଗତ ଗୋଲ କରିଥିଲା ।
ମୋନିକା ମ୍ୟାଚର 11ଓ 33 ତମ ମିନିଟରେ 2ଟି ଗୋଲ କରିଥିଲେ । ବନ୍ଦନା ମ୍ୟାଚର 12ତମ ମିନିଟରେ ଗୋଲ କରି ଭାରତର ସ୍କୋରକୁ ଆହୁରି ବଢାଇଥିଲେ ।
ତେବେ ଭାରତ ପକ୍ଷରୁ ସର୍ବାଧିକ 3 ଟି ଗୋଲ କରିଥିଲେ ଗୁରଜିତ । ମ୍ୟାଚର 15,19, 21, 22 ତମ ମନିଟରେ ଲଗାତାର ଗୋଲକରି ପ୍ରତିପକ୍ଷ ଫିଜି ଖେଳାଳିଙ୍କୁ ଧରାଶାୟୀ କରିଦେଇଥିଲେ । ତେବେ ଭାରତର ଗୋଲ ବର୍ଷା ମ୍ୟାଚ ଶେଷ ପର୍ଯ୍ୟନ୍ତ ଜାରି ରହିଥିଲା ।
ମ୍ୟାଚର ଶେଷ ଭାଗରେ 51ତମ ମିନିଟରେ ଉମା ଓ 57ତମ ମିନିଟରେ ନବନୀତ ଗୋଟିଓ ଲେଖାଏଁ ଗୋଲ କରି ଭାରତର ସ୍କୋରକୁ 11-0ରେ ପହଞ୍ଚାଇଥିଲେ । ସବୁ ଚେଷ୍ଟା କରି ମଧ୍ୟ ଫିଜି ଗୋଟିଏ ବି ଗୋଲ କରିପାରିନଥିଲା ।