ଭୁବନେଶ୍ବର: ଚଳିତ FIH ପ୍ରୋ ଲିଗରେ କ୍ରମାଗତ ଭାବେ ନେଦରଲ୍ୟାଣ୍ଡସକୁ ମାତ୍ ଦେଇ ବିଜୟ ହାସଲ କରିଛି ଘରୋଇ ଦଳ ଭାରତ। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା 2ଟି ମ୍ୟାଚରେ ନେଦରଲ୍ୟାଣ୍ଡସକୁ ଯଥାକ୍ରମେ 5-2, 3-1ରେ ମାତ୍ ଦେଇଛି ମନପ୍ରୀତ ସେନା ।
ମ୍ୟାଚରେ ବିଜୟ ହାସଲ ପରେ ଭାରତୀୟ ହକି ଦଳର ଡିଫେଣ୍ଡର ବିରେନ୍ଦ୍ର ଲାକ୍ରା ମ୍ୟାଚକୁ ନେଇ କହିଛନ୍ତି ଯେ, ପ୍ରଥମ ମ୍ୟାଚରେ ଭଲ ମାର୍ଜିନରେ ଟିମ ବିଜୟ ହୋଇଥିବାରୁ ଭାରତର ମନୋବଳ ବେଶ୍ ଦୃଢ ଥିଲା । ରବିବାର ଦିନ 2ୟ ମ୍ୟାଚର ପ୍ରଥମ କ୍ବାର୍ଟରରେ ଟିମ ଭଲ ଖେଳିଥିଲା। ହେଲେ 2ୟ କ୍ବାର୍ଟରରେ ବିପକ୍ଷ ଦଳ ପ୍ରତି ଚାପ ପକାଇ ପାରି ନଥିଲା ଆମ ଟିମ। ଏହାପରେ ଦ୍ୱିତୀୟାର୍ଦ୍ଧରେ କୋଚଙ୍କ ନୂଆ ରଣନୀତିକୁ ନେଇ ପୁଣି ଗ୍ରାଉଣ୍ଡକୁ ଫେରିଲୁ ଓ ବିଜୟୀ ମଧ୍ୟ ହେଲୁ।
-
ଗତକାଲି ଭାରତୀୟ ଦଳ ଭଲ ବ୍ୟବଧାନରେ ବିଜୟୀ ହୋଇଥିଲା କିନ୍ତୁ ଆଜି ନେଦରଲାଣ୍ଡ ପ୍ରଥମାର୍ଦ୍ଧରେ ଉନ୍ନତ ଖେଳ ପ୍ରଦର୍ଶନ କରି ମ୍ୟାଚରେ ଅଗ୍ରଣୀ ଲାଭ କରିଥିଲା । ଦ୍ବିତୀୟାର୍ଦ୍ଧରେ ଭାରତୀୟ ଦଳ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ମ୍ୟାଚ ଡ୍ର କରି ସୁଟଆଉଟରେ ଜିତିବାର ସଫଳ ହେଲା ବୋଲି କହିଛନ୍ତି ବିରେନ୍ଦ୍ର ଲାକ୍ରା।#FIHProLeague #INDvNED pic.twitter.com/VkJtyyUMhI
— Odisha Sports (@sports_odisha) January 19, 2020 " class="align-text-top noRightClick twitterSection" data="
">ଗତକାଲି ଭାରତୀୟ ଦଳ ଭଲ ବ୍ୟବଧାନରେ ବିଜୟୀ ହୋଇଥିଲା କିନ୍ତୁ ଆଜି ନେଦରଲାଣ୍ଡ ପ୍ରଥମାର୍ଦ୍ଧରେ ଉନ୍ନତ ଖେଳ ପ୍ରଦର୍ଶନ କରି ମ୍ୟାଚରେ ଅଗ୍ରଣୀ ଲାଭ କରିଥିଲା । ଦ୍ବିତୀୟାର୍ଦ୍ଧରେ ଭାରତୀୟ ଦଳ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ମ୍ୟାଚ ଡ୍ର କରି ସୁଟଆଉଟରେ ଜିତିବାର ସଫଳ ହେଲା ବୋଲି କହିଛନ୍ତି ବିରେନ୍ଦ୍ର ଲାକ୍ରା।#FIHProLeague #INDvNED pic.twitter.com/VkJtyyUMhI
— Odisha Sports (@sports_odisha) January 19, 2020ଗତକାଲି ଭାରତୀୟ ଦଳ ଭଲ ବ୍ୟବଧାନରେ ବିଜୟୀ ହୋଇଥିଲା କିନ୍ତୁ ଆଜି ନେଦରଲାଣ୍ଡ ପ୍ରଥମାର୍ଦ୍ଧରେ ଉନ୍ନତ ଖେଳ ପ୍ରଦର୍ଶନ କରି ମ୍ୟାଚରେ ଅଗ୍ରଣୀ ଲାଭ କରିଥିଲା । ଦ୍ବିତୀୟାର୍ଦ୍ଧରେ ଭାରତୀୟ ଦଳ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ମ୍ୟାଚ ଡ୍ର କରି ସୁଟଆଉଟରେ ଜିତିବାର ସଫଳ ହେଲା ବୋଲି କହିଛନ୍ତି ବିରେନ୍ଦ୍ର ଲାକ୍ରା।#FIHProLeague #INDvNED pic.twitter.com/VkJtyyUMhI
— Odisha Sports (@sports_odisha) January 19, 2020
ପରବର୍ତ୍ତୀ ମ୍ୟାଚ ବେଲଜିୟମ ସହ ଖେଳିବାକୁ ନେଇ ବିରେନ୍ଦ୍ର ଲାକ୍ରା କହିଛନ୍ତି ଯେ, ଆମ ପାଖରେ ସମୟ ଅଛି। ବେଲଜିୟମ ବିପକ୍ଷରେ ନୂଆ ରଣନୀତି ନେଇ ମୈଦାନକୁ ଆସିବୁ। ସେମାନଙ୍କର ଭିଡିଓ ଦେଖି ସମୀକ୍ଷା କରିବୁ ଓ କୋଚଙ୍କ ମାଗଦର୍ଶନରେ ନୂତନ ଯୋଜନା ସହ ଖେଳିବୁ।