ଭୁବନେଶ୍ବର: କଳିଙ୍ଗରେ ପୁଣି ଦମ ଦେଖାଇଲା ଭାରତ । ନେଲା ବିଶ୍ବକପ ପରାଜୟର ବଦଲା । ହକି ପ୍ରୋ ଲିଗ୍ର ପ୍ରଥମ ମ୍ୟାଚରେ 5-2 ଗୋଲରେ ଅତିଥି ନେଦରଲାଣ୍ଡକୁ ମାତ୍ ଦେଲା ଭାରତ । ଦଳ ଯୁବ ଖେଳାଳି ଲଲିତ ଉପାଧାୟଙ୍କୁ ମ୍ୟାନ ଅଫ ଦ ମ୍ୟାଚ ବିବେଚିତ କରାଯାଇଛି ।
ତେବେ ମ୍ୟାଚ ଆରମ୍ଭରୁ ହିଁ ବିପକ୍ଷ ନେଦଲାଣ୍ଡ ଉପରେ ଭାରୀ ପଡିଥିଲା ଘରୋଇ ଦଳ । ମ୍ୟାଚର ପ୍ରଥମ ମିନିଟରେ ଭାରତ ପାଇଁ ଗୋଲ ଦେଇଥିଲେ ଗୁରଜନ୍ତ ସିଂ । ପରେ ଅଭିଜ୍ଞ ରୁପିନ୍ଦର ପାଲ ସିଂ ଆଉ ଏକ ଗୋଲ ଦେଇ ବିପକ୍ଷ ଦଳକୁ ବ୍ୟାକ ଫୁଟକୁ ଠେଲି ଦେଇଥିଲେ । ମାତ୍ର ମ୍ୟାଚରେ ହାପଟାଇମ ପୂର୍ବରୁ ଗୋଲକୁ ବରାବର କରି ଦମ ଦେଖାଇଥିଲା ବିଶ୍ବ ମାନ୍ୟତାର 3ନମ୍ବର ଦଳ ନେଦରଲାଣ୍ଡ । ଦଳ ପାଇଁ ଜିପ ଜାନସେନ(14ମିନିଟ) ଓ ଜେରୋନ ହେର୍ଟବେଗର(28ମିନିଟ)ରେ ଗୋଲ ହିଟ୍ କରି ମ୍ୟାଚକୁ ବାରବର କରିଥିଲେ ।
ମାତ୍ର ମ୍ୟାଚର ମଧ୍ୟ ଭାଗ ପରେ ବିପକ୍ଷ ନେଦରଲାଣ୍ଡର ଗୋଲ ପୋଷ୍ଟ ଉପରେ ହୋଇଥିଲା ଘନଘନ ଆକ୍ରମଣ । ଭାରତୀୟ ଖେଳାଳିଙ୍କ ଆଟାକ୍ର ଜବାବ ଦେଇ ପାରିନଥିଲେ ବିପକ୍ଷ ନେଦରଲାଣ୍ଡର ଖେଳାଳିମାନେ । ତେବେ ମ୍ୟାଚରେ 2ୟ ହାପରେ ଦଳ ପାଇଁ ଗୋଲ କରିଥିଲେ ଅଧିନାୟକ ମନଦୀପ ସିଂ(34), ଲଲିତ ଉପାଧାୟ(36) ଓ ଡ୍ରାଗ ଫ୍ଲିକର ରୁପିନ୍ଦର ପାଲ ସିଂ(46) ମିନିଟ । ତେବେ ଆସନ୍ତାକାଲି ମଧ୍ୟ ଅନ୍ୟ ଏକ ମ୍ୟାଚରେ ନେଦରଲାଣ୍ଡୁ ଭେଟିବ ଭାରତ ।