ETV Bharat / sports

FIH ପୁରୁଷ ହକି ସିରିଜ ଫାଇନାଲ: କଳିଙ୍ଗରେ ଭାରତ ଚମ୍ପିଆନ

କଳିଙ୍ଗ ଷ୍ଟାଡିୟମରେ ବିଜୟ ବନା ଉଡାଇଲା ଟିମ ଇଣ୍ଡିଆ । FIH ପୁରୁଷ ହକି ସିରିଜ 2019 ଫାଇନାଲ ମୁକାବଲାରେ ଦକ୍ଷିଣ ଆଫ୍ରିକାକୁ 5-1 ଗୋଲରେ ହରାଇ ଚମ୍ପିଆନ ହେଲା ଭାରତ ।

author img

By

Published : Jun 15, 2019, 9:41 PM IST

Updated : Jun 18, 2019, 10:55 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ(twitter@hockeyindia)

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ବିଜୟ ବନା ଉଡାଇଲା ଟିମ ଇଣ୍ଡିଆ । FIH ପୁରୁଷ ହକି ସିରିଜ ଫାଇନାଲ2019ରେ ଚମ୍ପିଆନ ହୋଇଛି ଭାରତ । ଫାଇନାଲ ମୁକାବଲାରେ ଦକ୍ଷିଣ ଆଫ୍ରିକାକୁ 5-1 ଗୋଲରେ ହରାଇଛି ଭାରତ । ଫଳରେ କଳିଙ୍ଗ ଷ୍ଟାଡିୟମରେ ଆଉଏକ ସ୍ବର୍ଣ୍ଣିମ ଇତିହାସ ଯୋଡି ହୋଇଯାଇଛି ।

INDIA

ମ୍ୟାଚ ଆରମ୍ଭରୁ ଲଢୁଆ ପ୍ରଦର୍ଶନ କରିଥିଲା ଟିମ ଇଣ୍ଡିଆ । ପ୍ରତିପକ୍ଷକୁ ଘନଘନ ଆକ୍ରମଣ କରିଥିଲା । ମ୍ୟାଚର 2ୟ ମିନିଟରେ ହିଁ ବରୁଣ କୁମାର ଭାରତ ପାଇଁ ପ୍ରଥମ ଗୋଲ ଦେଇ ଗୋଲର ଶୁଭାରମ୍ଭ କରିଥିଲେ । ହରମନପ୍ରିତ ସିଂହ 11 ଓ 25 ତମ ମିନିଟରେ ଗୋଲ ଦେଇ ଭାରତର ସ୍କୋର କୁ 3-0 ରେ ପହଞ୍ଚାଇଥିଲେ । ପରେ ବିବେକ ପ୍ରସାଦ 35 ତମ ମିନିଟରେ ଆଉଏକ ଦମଦାର ଗୋଲ କରିଥିଲେ । ତେବେ ବରୁଣ ମ୍ୟାଚର 49 ତମ ମିନିଟରେ ପୁଣିଏକ ଗୋଲ ଓ ଭାରତ ପାଇଁ 5ମ ଗୋଲ କରି ବିଜୟକୁ ନିଶ୍ଚିନ୍ତ କରିଥିଲେ ।

ଅନ୍ୟପଟେ ଦକ୍ଷିଣ ଆଫ୍ରିକା ଦଳ ମ୍ୟାଚରେ ବହୁ ଚେଷ୍ଟା କରି ମଧ୍ୟ ଗୋଲ କରିବାରେ ସଫଳ ହୋଇନଥିଲା । ମ୍ୟାଚର 52ମିନିଟ ପର୍ଯ୍ୟନ୍ତ ଗୋଲ ଶୂନ୍ୟ ରହିଥିଲା । ତେବେ ମ୍ୟାଚର 53 ତମ ମିନିଟରେ ରିଚାର୍ଡ ପଜ ଦକ୍ଷିଣ ଆଫ୍ରିକା ପାଇଁ ଏକମାତ୍ର ଗୋଲ କରିଥିଲେ । ଫଳରେ ଭାରତ 5-1ରେ ବିଜୟୀ ହେବାସହ FIH ପୁରୁଷ ହକି ସିରିଜ ଫାଇନାଲ 2019ରେ ଚମ୍ପିଆନ ହୋଇଛି । ଏହାସହ ଭାରତ ଓ ଦକ୍ଷିଣ ଆଫ୍ରିକା ଉଭୟ 2020 ଟୋକିଓ ଅଲମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

zdb

Conclusion:
Last Updated : Jun 18, 2019, 10:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.