ETV Bharat / sports

କଳିଙ୍ଗରେ ଭାରତକୁ ମିଳିବ ଟୋକିଓ ଟିକେଟ: ଓଡିଆ ଝିଅ ଲିଲିମା - hockey olympic qualifier

କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର 1 ଓ 2ରେ ଖେଳାଯିବାକୁ ଥିବା ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଭାରତ ବିଜୟୀ ହେବ ଦୃଢୋକ୍ତି ପ୍ରକାଶ କରିଛନ୍ତି ଓଡିଆ ହକି ଖେଳାଳି ଲିଲିମା ମିଞ୍ଜ ।

ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର
author img

By

Published : Oct 29, 2019, 9:29 PM IST

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର 1 ଓ 2ରେ ଖେଳାଯିବ ଅଲମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ । ଭାରତୀୟ ପୁରୁଷ ଓ ମହିଳା ଦଳ ଉଭୟ ଟୋକିଓ ଅଲମ୍ପିକ ଟିକେଟ ହାତେଇବାକୁ ଲକ୍ଷ୍ୟ ରଖିଛନ୍ତି । ପୁରୁଷ ଦଳ ଋଷ ବିପକ୍ଷରେ ମ୍ୟାଚ ଖେଳିବାକୁ ଥିବାବାଳେ ମହିଳା ଦଳ ଆମେରିକା ବପିକ୍ଷରେ ଖେଳିବ ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ଏଥିପାଇଁ ଉଭୟ ଦଳ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ପ୍ରତ୍ୟେକ ଟିମର ଅଲମ୍ପିକରେ ଭାଗ ନେବାକୁ ଇଚ୍ଛା ରହିଛି । ଭାରତୀୟ ଟିମ କେବଳ ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବା କହିଛନ୍ତି ଭାରତୀୟ ମହିଳା ଦଳର ଖେଳାଳି । ଭାରତୀୟ ହକି ଅଲମ୍ପିକ କ୍ବାଲିଫାୟାର ଦଳରେ ଓଡିଶାର 3 ଖେଳାଳି ସ୍ଥାନ ପାଇଛନ୍ତି ।

ଦଳରେ ସ୍ଥାନ ପାଇଥିବା ଓଡ଼ିଆ ଝିଅ ଲିଲିମା ମିଞ୍ଜ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳିବେ । ଘରୋଇ ଦର୍ଶକଙ୍କ ସାମ୍ନାରେ ଖେଳିବକୁ ଥିବାରୁ ବହୁତ ଉତ୍ସାହିତ ଥିବା ଲିଲିମା କହିଛନ୍ତି। ସମସ୍ତ ସୁଯୋଗକୁ କିପରି ଗୋଲରେ ପରିଣତ କରିହେବ ସେଥପ୍ରତି ସେ ଧ୍ୟାନ ଦେଉଛନ୍ତି । ଏଥିସହିତ ଆଟାକ ଓ ଡିଫେଣ୍ଡ ଉପରେ ଉପରେ ଗୁରୁତ୍ବ ଦେଉଥିବା ସେ କହିଛନ୍ତି।

ଦର୍ଶକମାନେ ଯେପରି ପୁରୁଷ ଦଳ ପାଇଁ ଫୁଲ ଷ୍ଟାଡିୟମରେ ଚିୟର କରନ୍ତି ସେହିପରି ମହିଳା ଦଳକୁ ଚିୟର କରିବାକୁ ସେ ଅପିଲ କରିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଆସନ୍ତା 1 ଓ 2 ତାରିଖରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଅଲମ୍ପିକ ରେ ଅଂଶଗ୍ରହଣ କରିବା ପାଇଁ ଶେଷ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ।ଯାହାକି ଏଥିରି ଅଂଶଗ୍ରହଣ କରିଥିବା ସମସ୍ତ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଅଟେ ।ପ୍ରତ୍ୟେକ ଟିମ ର ଅଲମ୍ପିକ ରେ ଭାଗ ନେବେକୁ ଇଚ୍ଛା ଥିବାବେଳେ ଏଥିପାଇଁ କଡା ପ୍ରସ୍ତୁତି ମଧ୍ୟ କରିଥାନ୍ତି।ସେହିପରି ଭାରତୀୟ ମହିଳା ଦଳ ମଧ୍ୟ ଅଲମ୍ପିକ ଟିକେଟ ହାସଲ ଲକ୍ଷ୍ୟରେ ଏଠାରେ ଆମେରିକାର ମହିଳା ଦଳ ବିପକ୍ଷରେ ପଡିଆକୁ ଓଲ୍ଲାଇବ।

Body:ଉଭୟଦଳ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ସେମାଙ୍କ ପ୍ରସ୍ତୁତି ଜାରି ରଖିଥିବା ବେଳେ ଭାରତୀୟ ଦଳରେ ଏହି ଯୋଗ୍ୟତା ମ୍ୟାଚ ଖେଳିବାକୁ ସୁଯୋଗ ପାଇଥିବା ଅନ୍ୟତମ ଓଡ଼ିଆ ଝିଅ ଲିଲିମା ମିଞ୍ଜ ଙ୍କ ସହିତ ସ୍ୱତନ୍ତ୍ର ଆଲୋଚନା କରିଥିଲୁ।ଏହି ଅବସରରେ ଲିଲିମା କୋଚ ବିଭିନ୍ନ ସୁଯୋଗକୁ କିପରି ଗୋଲ ରେ ପରିଣତ କରିବା ଓ ଆଟାକ ଓ ଡିଫଣ୍ଡ ଉପରେ ଟ୍ରେନିଂ ଦେବା ସହ ସେମାନଙ୍କ କମଜୋରି କୁ ବୁଝିବା ଉପରେ ଗୁରୁତ୍ୱ ଦେଉଥିବା କହିଛନ୍ତି।ତେଣୁ ଭିଡିଓ ଆନାଲିସିସ କରି ଏହା ର ତର୍ଜମା ମଧ୍ୟ କରାଯାଉଥିବ କହିଛନ୍ତି।ବିପକ୍ଷ ଦଳର ରାଙ୍କ ଅଧିକ ଥିଲେ ସେଥିରେ ଆମର କିଛି ଭୟ କରିବାର ନଥିବା କହିଛନ୍ତି।କାରଣ ଫିଲଡ଼ ରେ ଯିଏ ସଫଳ ହେବ ସିଏ ହି ବିଜୟ ହାସଲ କରିବ ବୋଲି କହିବା ସହିତ ଦଳ ମ୍ୟାଚ ବାଇ ମ୍ୟାଚ ଖେଳି ବିଜୟ ହାସଲ କରିବାର ଲକ୍ଷ୍ୟ ରଖିଥିବା କହିଛନ୍ତି ଲିଲିମା।ସେହିପରି ପ୍ରଥମଥର ପାଇଁ ମହିଳା ଦଳ ଓଡ଼ିଶାରେ ଖେଳିବାକୁ ଯାଉଛି ଯେବେକି ଓଡ଼ିଆ ହିସାବରେ ନିଜ ମାଟିରେ ମଧ୍ୟ ପ୍ରଥମ ଆନ୍ତର୍ଜାତିକ ମ୍ୟାଚ ଘରୋଇ ଦର୍ଶକଙ୍କ ସାମ୍ନାରେ ଖେଳିବକୁ ଥିବାରୁ ବହୁତ ଉତ୍ସାହିତ ଥିବା ସେ କହିଛନ୍ତି।ତେଣୁ ଦର୍ଶକମାନେ ଯେପରି ପୁରୁଷ ଦଳ ପାଇଁ ଷ୍ଟାଡିୟମରେ ଭର୍ତି ହୋଇ ଚିୟର କରନ୍ତି ସେହିପରି ତାଙ୍କୁ ଚିଅର କରିବାକୁ ସେ ଓଡ଼ିଶାର ଦର୍ଶକଙ୍କୁ କହିଛନ୍ତି।ଯାହାକୁ ନେଇ ଦଳ ଅଲମ୍ପିକ ଟିକେଟ ହାସଲ କରିବ ବୋଲି ସେ ମଧ୍ୟ ଅଶାରଖିଛନ୍ତି।
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ,
ବାଇଟ-ଲିଲିମା ମିଞ୍ଜ,ଭାରତୀୟ ମହିଳା ହକି ଖେଳାଳୀ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.