ETV Bharat / sports

ଭାରତୀୟ ମହିଳା ହକି ଟିମ୍‌କୁ ଟ୍ବିଟ କରି ଅଭିନନ୍ଦନ ଜଣାଇଲେ ନବୀନ - women hockey team

ମାଲେସିଆରେ ଆୟୋଜିତ ଦ୍ବିପାକ୍ଷିକ ସରିଜ୍‌ରେ ଭାରତୀୟ ମହିଳା ହକି ଟିମ୍‌ ବିଜୟ ହାସଲ କରିଛି । ତେବେ ଏନେଇ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଟ୍ବିଟ କରି ମହିଳା ହକି ଖେଳାଳୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଫଟୋ ସୌଜନ୍ୟ:ସୋସିଆଲ ମିଡିଆ@ଟ୍ବିଟର
author img

By

Published : Apr 11, 2019, 11:28 PM IST

ହାଇଦ୍ରାବାଦ୍‌: ମାଲେସିଆରେ ଆୟୋଜିତ ଦ୍ବିପାକ୍ଷିକ ସରିଜ୍‌ରେ ଭାରତ ବିଜୟ ହାସଲ କରିଛି । ପାଞ୍ଚଟି ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ୍‌ରେ 4-0ରେ ଭାରତ ଆଗୁଆ ରହି ନିଜ ନାଁରେ ସିରିଜ୍‌ କରିଛି । ତେବେ ଏନେଇ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଭାରତୀୟ ମହିଳା ହକି ଖେଳାଳୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ବିଟରେ ଉଲ୍ଲେଖ କରିଛନ୍ତି ଯେ, ଆୟୋଜିତ ଦଳ ମାଲେସିଆ ବିପକ୍ଷରେ ଦ୍ବିପାକ୍ଷିକ ସରିଜ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ଭାରତୀୟ ମହିଳା ହକି ଟିମ୍‌କୁ ଅଭିନନ୍ଦନ ଓ 4-0ରେ ଶୃଙ୍ଖଳା ଜିତିଥିବା ଟିମ୍‌କୁ ଶୁଭେଚ୍ଛା ।

ସୂଚନାଥାଉକି, ଭାରତୀୟ ମହିଳା ହକି ଟିମ୍‌ ଗୁରୁବାରଦିନ ଶେଷ ମ୍ୟାଚ୍‌ରେ ବିପକ୍ଷ ଦଳ ମାଲେସିଆକୁ 1-0ରେ ମାତ୍‌ ଦେଇଛି । ଏହି ମ୍ୟାଚ୍‌ରେ 35ମିନିଟ୍‌ରେ ନବଜ୍ୟୋତ କୌର ଗୋଟିଏ ଗୋଲ୍‌ କରି ଭାରତକୁ ଜିତାଇ ଦେଇଛନ୍ତି । ଏଥିସହ 4-0ରେ ଭାରତ ଏହି ସିରିଜ୍‌ ଜିତିଛି ।
ପୂର୍ବରୁ ଭାରତ ପ୍ରଥମ,2ୟ ଓ 4ର୍ଥ ମ୍ୟାଚ୍‌ରେ ଯାଥାକ୍ରମେ,3-0,5-0 ଓ1-0ରେ ବିଜୟ ହାସଲ କରିଥିଲା । ମାତ୍ର 3ୟମ୍ୟାଚ୍‌ରେ 4-4ରେ ମ୍ୟାଚ୍‌ ଡ୍ର ରହିଥିଲା ।

Intro:Body:

sds

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.