ETV Bharat / sports

Asian Champions Trophy: ଆଜି ଭାରତ-ଜାପାନ ସେମି ମୁକାବିଲା

author img

By

Published : Dec 21, 2021, 9:22 AM IST

ଏସିଆନ ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲ(Asian Champions Trophy Semifinal) । ଆଜି ଭାରତ-ଜାପାନ ମୁକାବିଲା । ଅଧିକ ପଢନ୍ତୁ

Asian Champions Trophy: ଆଜି ଭାରତ-ଜାପାନ ସେମି ମୁକାବିଲା
Asian Champions Trophy: ଆଜି ଭାରତ-ଜାପାନ ସେମି ମୁକାବିଲା

ଢାକା: ଏସିଆନ ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲ(Asian Champions Trophy Semifinal)ରେ ଜାପାନକୁ ଭେଟିବ ଭାରତ(India Vs Japan Hockey Match) । ଆଜି ବାଂଲାଦେଶର ଢାକାରେ ଖେଳାଯିବ ସେମିଫାଇନାଲ ମ୍ୟାଚ ।

ରାଉଣ୍ଡ ରବିନ ପର୍ଯ୍ୟାୟରେ ଭାରତ ସର୍ବାଧିକ ୧୦ ପଏଣ୍ଟ ପାଇ ପ୍ରଥମ ସ୍ଥାନ ଅଧିକାର କରିଥିଲା । ସେହିପରି କୋରିଆ, ପାକିସ୍ତାନ ଓ ଜାପାନ ଯଥାକ୍ରମେ ଦ୍ବିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଥିଲେ । ସେ ଦୃଷ୍ଟିରୁ ଆଜି ମଧ୍ୟ ପାକିସ୍ତାନ ଏବଂ କୋରିଆ ମଧ୍ୟରେ ସେମିଫାଇନାଲ ମ୍ୟାଚ ଖେଳାଯିବ । ପ୍ରଦର୍ଶନ ଅନୁସାରେ ଫାଇନାଲ ପାଇଁ ଭାରତ ଓ ପାକିସ୍ତାନ ଦାବିଦାର ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଯଦି ସେମିଫାଇନାଲରେ ଭାରତ ଏବଂ ପାକିସ୍ତାନ ବିଜୟ ହେଉଛନ୍ତି ତେବେ ଉଭୟଙ୍କ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବା ସୁନିଶ୍ଚିତ । ୨୦୧୮ ଏସିଆନ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ମଧ୍ୟ ଏପରି ଏକ ସଙ୍ଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିଥିଲା । ପ୍ରବଳ ବର୍ଷା କାରଣରୁ ଫାଇନାଲରେ ଭାରତ ଏବଂ ପାକିସ୍ତାନକୁ ଯୁଗ୍ମ ବିଜେତା ଘୋଷଣା କରାଯାଇଥିଲା । ତେବେ ଚଳିତ ଟ୍ରଫିରେ ମଧ୍ୟ ଏକ ଦମଦାର୍ ମ୍ୟାଚ ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.