ETV Bharat / sports

Junior Hockey World Cup: ଆର୍ଜେଣ୍ଟିନା କନିଷ୍ଠ ହକି ବିଶ୍ବକପ ବିଜେତା - ଆର୍ଜେଣ୍ଟିନା ବିଶ୍ବକପ ଚାମ୍ପିଅନ

ଜର୍ମାନୀକୁ ଫାଇନାଲ ମୁକାବିଲାରେ ୨-୪ ଗୋଲ୍‌ରେ ହରାଇ ଜୁନିଅର ପୁରୁଷ ହକି ବିଶ୍ବକପ ୨୦୨୧ର ଚାମ୍ପିଅନ ହୋଇଛି ଆର୍ଜେଣ୍ଟିନା । ଅଧିକ ପଢନ୍ତୁ

junior hockey world cup
ଆର୍ଜେଣ୍ଟିନା କନିଷ୍ଠ ହକି ବିଶ୍ବକପ ବିଜେତା
author img

By

Published : Dec 5, 2021, 9:10 PM IST

Updated : Dec 5, 2021, 10:14 PM IST

ଭୁବନେଶ୍ବର: ଜୁନିଅର ପୁରୁଷ ହକି ବିଶ୍ବକପ ୨୦୨୧ର ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି ଆର୍ଜେଣ୍ଟିନା । ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଫାଇନାଲ ମୁକାବିଲାରେ ଜର୍ମାନୀକୁ 2-4 ଗୋଲ୍‌ରେ ହରାଇ ବିଶ୍ବବିଜେତା ହୋଇଛି ଆର୍ଜେଣ୍ଟିନା ।

ARGENTINA JUNIOR WORLD CUP CHAMPIONS
ଆର୍ଜେଣ୍ଟିନା କନିଷ୍ଠ ହକି ବିଶ୍ବକପ ବିଜେତା

ଆର୍ଜେଣ୍ଟିନାର ଫରୱାର୍ଡ ଲାଉଟାରୋ ଡେମେନେ ଫାଇନାଲରେ ଚମତ୍କାର ପ୍ରଦର୍ଶନ କରିଥିଲେ । ହ୍ୟା-ଟ୍ରିକ୍‌ ଗୋଲ୍‌ ସ୍କୋର କରି ଟିମକୁ ଟ୍ରଫି ବିଜେତା କରାଇବାରେ ପ୍ରମୁଖ ଭୂମିକା ନିଭାଇଥିଲେ । ଅନ୍ୟପଟେ ଆଗୋଷ୍ଟିନି ମ୍ୟାଚ୍‌ର ଶେଷ ଭାଗରେ ଗୋଲ୍‌ କରିବା ସହ ବିଜୟ ସୁନିଶ୍ଚିତ କରିଥିଲେ ।

ଜର୍ମାନୀ ପକ୍ଷରୁ ହେୟନର ଓ ଫଣ୍ଡତ ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ । ମାତ୍ର ଏହା ଆର୍ଜେଣ୍ଟିନାକୁ ଫାଇନାଲ ବିଜୟରୁ ରୋକିବାକୁ ଯଥେଷ୍ଟ ହୋଇନଥିଲା । ପୂର୍ବରୁ ଭାରତୀୟ ଟିମ ବ୍ରୋଞ୍ଜ ମେଡାଲ ମ୍ୟାଚ୍‌ରେ ଫ୍ରାନ୍ସ ଠାରୁ ୧-୩ ଗୋଲ୍‌ରେ ପରାସ୍ତ ହୋଇ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 5, 2021, 10:14 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.