ଭୁବନେଶ୍ବର: ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଉଥିବା FIH ଜୁନିଅର ପୁରୁଷ ହକି ବିଶ୍ବକପର ପ୍ରଥମ ସେମିଫାଇନାଲ ମ୍ୟାଚ୍ ଶେଷ ହୋଇଛି । ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଫ୍ରାନ୍ସକୁ ପେନାଲିଟି ସୁଟଆଉଟ୍ରେ ହରାଇ ଆର୍ଜେଣ୍ଟିନା ଫାଇନାଲ(final)ରେ ପ୍ରବେଶ କରିଛି ।
୪ଟି କ୍ବାର୍ଟରରେ ଉଭୟ ଟିମ ଗୋଲ୍ କରିବାକୁ ସକ୍ଷମ ହୋଇନଥିଲେ ଓ ୦-୦ରେ ବରାବର ରହିଥିଲେ । ଫଳରେ ପେନାଲିଟି ସୁଟ୍ ଆଉଟ୍ ଦ୍ବାରା ମ୍ୟାଚ୍ର ଫଳାଫଳ ନିର୍ଣ୍ଣୟ ହୋଇଥିଲା ।
ସୁଟ ଆଉଟ୍ରେ ଆର୍ଜେଣ୍ଟିନା ୩-୧ ଗୋଲ୍ରରେ ଫ୍ରାନ୍ସକୁ ପରାସ୍ତ କରିଥିଲା । ଆର୍ଜେଣ୍ଟିନା ଅଧିନାୟକ ଫଙ୍କୁଣ୍ଡ ଜରାଟେ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି । ଏହି ମେଗା ଟୁର୍ନାମେଣ୍ଟରେ ବର୍ଷ ୨୦୦୫ ପରେ ଏହା ଆର୍ଜେଣ୍ଟିନାର ପ୍ରଥମ ଫାଇନାଲ ପ୍ରବେଶ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ