ETV Bharat / sports

ହକି ଓଡ଼ିଶାର ବାର୍ଷିକ ସାଧାରଣ ପରିଷଦ ବୈଠକ, ହକି ହଷ୍ଟେଲ ପ୍ରଥମ ଦାବି - ହକି ଓଡ଼ିଶା ଖବର

ହକି ଓଡ଼ିଶା ପକ୍ଷରୁ ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ଏହାସହ ହକି ଓଡ଼ିଶାର ନବ ନିର୍ବାଚିତ ଟିମ ମଧ୍ୟ ଗଠନ କରାଯାଇଛି । ଅଧିକ ପଢ଼ନ୍ତୁ...

ହକି ଓଡ଼ିଶାର ବାର୍ଷିକ  ସାଧାରଣ ପରିଷଦ ବୈଠକ, ହକି ହଷ୍ଟେଲ ପ୍ରଥମ ଦାବି

author img

By

Published : Sep 5, 2021, 6:16 PM IST

କଟକ: ହକି ଓଡ଼ିଶା ପକ୍ଷରୁ ବାର୍ଷିକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି । ଏହାସହ ହକି ଓଡ଼ିଶାର ନବ ନିର୍ବାଚିତ ଟିମ ମଧ୍ୟ ଗଠନ କରାଯାଇଛି । ଏହି କ୍ରମରେ ଜଷ୍ଟିସ ଏ.ଏସ ନାଇଡ଼ୁଙ୍କୁ ସଭାପତି ଦାୟିତ୍ୱ ଦିଆଯାଇଛି । 8 ଜଣଙ୍କୁ ଉପସଭାପତି ଦାୟିତ୍ବ ଦିଆଯାଇଥିବା ବେଳେ ପ୍ରତାପ ଶତପଥିଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ୱ ଦିଆଯାଇଛି । 4ଜଣ ଯୁଗ୍ମ ସମ୍ପାଦକ ହୋଇଥିବାବେଳେ ଅମର କୁମାର ମହାନ୍ତିଙ୍କୁ ମିଳିଛି କୋଷାଧ୍ୟକ୍ଷ ଦାୟିତ୍ୱ ।

ହକି ଓଡ଼ିଶାର ବାର୍ଷିକ ସାଧାରଣ ପରିଷଦ ବୈଠକ, ହକି ହଷ୍ଟେଲ ପ୍ରଥମ ଦାବି

ହକି ଓଡ଼ିଶା ବାର୍ଷିକ ସାଧାରଣ ପରିଷଦ ବୈଠକରେ କିଟ୍ ବିଶ୍ୱ ବିଦ୍ୟାଳୟକୁ ହକି ଓଡ଼ିଶାର ଅନୁବନ୍ଧିତ ଅନୁଷ୍ଠାନ ଭାବରେ ସ୍ୱୀକୃତି ପ୍ରଦାନ କରାଯାଇଛି । ଆଗାମୀ 4 ବର୍ଷ ପାଇଁ ହକି ଓଡ଼ିଶାର ଏହି ନୂଆ ଟିମ୍ ରାଜ୍ୟରେ ହକିର ବିକାଶ ପାଇଁ କାର୍ଯ୍ୟ କରିବ । ତେବେ ପ୍ରାଥମିକ ପର୍ଯ୍ୟାୟରେ ସୁନ୍ଦରଗଡ଼ ସହ ସାରା ରାଜ୍ୟରୁ ହକି ପ୍ରତିଭାଙ୍କୁ ଅନ୍ୱେଷଣ କରିବ ହକି ଓଡ଼ିଶା । ଏହାସହ ବର୍ତ୍ତମାନ ରାଜ୍ୟ ସରକାରଙ୍କ ନିକଟରେ ଏକ ହକି ହଷ୍ଟେଲ ପାଇଁ ଦାବି କରିବ ହକି ଓଡ଼ିଶା ସଂଘ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.