ETV Bharat / sports

Junior Hockey WC: ମାଲେସିଆକୁ 4-1ରେ ହରାଇଲା ସ୍ପେନ - ମାଲେସିଆକୁ 4-1ରେ ହରାଇଲା ସ୍ପେନ

କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜୁନିଅର ହକି ବିଶ୍ବ କପରେ (Junior World Cup hockey) ଆଜି ଅନ୍ତିମ ଦିନ । ପ୍ତମ ଓ ଅଷ୍ଟମ ସ୍ଥାନ ପାଇଁ ଅନୁଷ୍ଠିତ ହୋଇଥିଲା ମୁକାବିଲାରେ ମାଲେସିଆକୁ ୪-୧ରେ ପରାସ୍ତ (spain beat malaysia) କରିଛି ସ୍ପେନ । ଅଧିକ ପଢନ୍ତୁ

ମାଲେସିଆକୁ 4-1ରେ ହରାଇଲା ସ୍ପେନ
ମାଲେସିଆକୁ 4-1ରେ ହରାଇଲା ସ୍ପେନ
author img

By

Published : Dec 5, 2021, 2:46 PM IST

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜୁନିଅର ହକି ବିଶ୍ବ କପରେ (Junior World Cup hockey) ଆଜି ଅନ୍ତିମ ଦିନ । ସପ୍ତମ ଓ ଅଷ୍ଟମ ସ୍ଥାନ ପାଇଁ ଅନୁଷ୍ଠିତ ହୋଇଥିଲା ମୁକାବିଲାରେ ମାଲେସିଆ ଓ ସ୍ପେନ ପରସ୍ପରକୁ ଭେଟିଥିଲେ । ମାଲେସିଆକୁ ୪-୧ରେ ପରାସ୍ତ (spain beat malaysia) କରିଛି ସ୍ପେନ ।

ଏହି ବିଜୟ ସହ ସ୍ପେନ ଚଳିତ ବର୍ଷ ଜୁନିଅର ହକି ବିଶ୍ବକପରେ ସପ୍ତମ ଏବଂ ମାଲେସିଆ ଅଷ୍ଟମ ସ୍ଥାନରେ ରହିଛି । ଏହି ସହ ଉଭୟ ଟିମର ବିଶ୍ବକପ ଅଭିଯାନ ଶେଷ ହୋଇଛି । ହାଫ ଟାଇମ ସୁଦ୍ଧା ସ୍ଥିତି ୧-୧ରେ ବରାବର ରହିଥିଲା । ଏହାପରେ ପୁଣି ଆରମ୍ଭ ହୋଇଥିଲା ଖେଳ । ମାଲେସିଆ ଆଉ ଗୋଟିଏ ବି ଗୋଲ କରିପାରି ନଥିଲା । ସ୍ପେନର ଏହାପରେ ଲଗାତାର ୩ଟି ଗୋଲ କରିଥିଲା । ପାଉ କୁନିଲ ବ୍ରାସ ସ୍ପେନ ପକ୍ଷରୁ ଶେଷ ଗୋଲ କରି ଖେଳ ଶେଷ କରିଥିଲେ ।

ଏହି ମୁକାବିଲାରେ ବର୍ଷା ବାଧକ ସାଜିଥିଲା । ନିର୍ଦ୍ଧାରିତ ସମୟରୁ ୪୫ ମିନିଟ ବିଳମ୍ବରେ ଅନୁଷ୍ଠିତ ହୋଇଥିଲା ମ୍ୟାଚ । ପରବର୍ତ୍ତୀ ପଞ୍ଚମ ଏବଂ ଷଷ୍ଠ ସ୍ଥାନ ପାଇଁ ବେଲଜିୟମ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ ମୁକାବିଲା । ବର୍ଷା କାରଣରୁ ଏହି ମ୍ୟାଚ ଆରମ୍ଭରେ ବିଳମ୍ବ ହେବ ବୋଲି ଟ୍ବିଟ କରି ସୂଚନା ଦେଇଛି ଏଫଆଇଏଚ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.