ETV Bharat / sports

AFC ଏସିଆନ କପ 2027: ଆୟୋଜକ ରେସରେ ଭାରତ

author img

By

Published : Apr 6, 2020, 9:07 AM IST

AFC ଏସିଆନ କପ 2027 ଆୟୋଜନ ଲକ୍ଷ୍ୟ ରଖିଛି ରହିଛି ଭାରତ । ଏନେଇ ଏସିଆନ ଫୁଟବଲ କନଫେଡେରେସନ ନିକଟରେ ଆବଶ୍ୟକୀୟ ସମସ୍ତ ଦାବିପତ୍ର ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ(AIFF) ପକ୍ଷରୁ ରଖାଯାଇଥିବା କହିଛନ୍ତି ସାଧାରଣ ସମ୍ପାଦକ କୁଶଲ ଦାସ ।

AIFF on India's bid to host Afc Asian Cup
AFC ଏସିଆନ କପ 2027: ଆୟୋଜକ ରେସରେ ଭାରତ

ନୂଆଦିଲ୍ଲୀ: AFC ଏସିଆନ କପ 2027 ଆୟୋଜନ ଲକ୍ଷ୍ୟ ରଖିଛି ରହିଛି ଭାରତ । ଏନେଇ ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ(AIFF) ପକ୍ଷରୁ ସମସ୍ତ ପ୍ରକାର ଦସ୍ତାବିଜ AFC ନିକଟରେ ଦାଖଲ କରାଯାଇଛି । ତେବେ ରେସରେ ସବଠୁ ଭାରତ ଆଗରେ ଥିବା ଜଣାପଡିଛି ।

ମହାମାରୀ କୋରୋନା ଭାଇରସ ଯୋଗୁଁ ଆବେଦନର ସମୟ ସୀମାକୁ ମାର୍ଚ୍ଚ 31ରୁ ଜୁନ 30 ପର୍ଯ୍ୟନ୍ତ ରଖାଯାଇଛି । ତେବେ ଏସିଆନ ଫୁଟବଲ କନଫେଡେରେସନ ନିକଟରେ ଆବଶ୍ୟକୀୟ ସମସ୍ତ ଦାବିପତ୍ର ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ ପକ୍ଷରୁ ରଖାଯାଇଥିବା କହିଛନ୍ତି ସାଧାରଣ ସମ୍ପାଦକ କୁଶଲ ଦାସ ।

ଖୁବଶ୍ରୀଘ୍ର ଆୟୋଜକ ଦେଶର ନାମ ଘୋଷଣା କରାଯିବ ବୋଲି ଏସିଆନ ଫୁଟବଲ କନଫେଡେରେସନ ସ୍ପଷ୍ଟ କରିଛି । ଏହାଦ୍ବାରା ଆୟୋଜକ ଦେଶ ପାଖରେ ସମସ୍ତ ପ୍ରକାର ପ୍ରସ୍ତୁତି ପାଇଁ ପର୍ଯ୍ୟାପ୍ତ ସମୟ ମିଳିପାରିବ । ତେବେ ଆଗାମୀ ବର୍ଷ ଆରମ୍ଭରେ ଆୟୋଜକ ଦେଶନାମ ଘୋଷଣା ହେବା ସମ୍ଭାବନା ରହିଛି ।

ଭାରତ ବ୍ୟତୀତ ଏଯାବତ କେବଳ ସାଉଦି ଆରବ 2027 AFC ଏସିଆନ କପ ଆୟୋଜନ ପାଇଁ ରେସରେ ରହିଛି । ଏହି ଟୁର୍ଣ୍ଣାମେଣ୍ଟର 3ଥର ଚମ୍ପିଆନ ରହିସାରିଛି ସାଉଦି ଆରବ ।

2017 ପୁରୁଷ 17 ବର୍ଷରୁ କମ ବିଶ୍ବକପ ସଫଳତାର ସହ ଆୟୋଜନ ପରେ ମହିଳା ବିଶ୍ବକପ 2020 ଆୟୋଜନ ପାଇଁ ଭାରତକୁ ଅନୁମତି ମିଳିଥିଲା । ତେବେ କେରୋନା ଭାଇରସ କାରଣକରୁ ନଭେମ୍ବରରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ ରଖାଯାଇଛି । ତେବେ 2022 ମହିଳା AFC ଏସିଆନ କପ ଆୟୋଜକ ଦେଶଲ ଟାଇଟଲ ଭାରତ ହାତେଇ

ସାରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.