ETV Bharat / sports

ଲା ଲିଗା: ଭିଡିଓ ରେଫ୍ରୀଙ୍କ ବିରୁଦ୍ଧରେ ପକ୍ଷପାତିତା ଅଭିଯୋଗ - ବାର୍ସେଲୋନା ପ୍ରିମିୟର ଲିଗ

ରିୟଲ ମାଦ୍ରିଦ ଓ ଆଥଲେଟିକୋ କ୍ଳବ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ, ରିୟଲ ମାଦ୍ରିଦ ଆଥଲେଟିକୋକୁ 1-0 ଗୋଲରେ ପରାସ୍ତ କରିଥିଲା । ଏହି ମ୍ୟାଚ ଦେଖିବା ପରେ ଭିଡିଓ ରେଫ୍ରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି ବାର୍ସେଲୋନା ସଭାପତି ।

VAR favours Real Madrid, says Barcelona chief
ଲା ଲିଗା: ଭିଡିଓ ରେଫ୍ରୀଙ୍କ ବିରୁଦ୍ଧରେ ପକ୍ଷପାତିତା ଅଭିଯୋଗ
author img

By

Published : Jul 6, 2020, 11:36 AM IST

ଭିଲାରେଲ: ବାର୍ସେଲୋନା ସଭାପତି ଜୋସେଫ ମାରିୟା ବାର୍ଟମେୟୁଙ୍କ ବଡ ଅଭିଯୋଗ । ଚଳିତ ଲା ଲିଗା ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ଥିବା, ରିୟଲ ମାଦ୍ରିଦ ଟିମକୁ ଭିଡିଓ ଆସିଷ୍ଟାଣ୍ଟ ରେଫ୍ରୀ(VAR)ଙ୍କ ସମର୍ଥନ ଥିବା ସେ ଅଭିଯୋଗ କରିଛନ୍ତି ।

VAR favours Real Madrid, says Barcelona chief
ଲା ଲିଗା: ଭିଡିଓ ରେଫ୍ରୀଙ୍କ ବିରୁଦ୍ଧରେ ପକ୍ଷପାତିତା ଅଭିଯୋଗ

ରବିବାର ଖେଳାଯାଇଥିବା ମ୍ୟାଚରେ ବାର୍ସେଲୋନା ଭିଲାରକୁ 4-1 ଗୋଲରେ ପରାସ୍ତ କରିଛି । ତେବେ ଅନ୍ୟଏକ ମ୍ୟାଚ ରିୟଲ ମାଦ୍ରିଦ ଓ ଆଥଲେଟିକୋ କ୍ଳବ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚରେ ରିୟଲ ମାଦ୍ରିଦ ଆଥଲେଟିକୋକୁ 1-0 ଗୋଲରେ ପରାସ୍ତ କରିଥିଲା । ତେବେ ଏହି ମ୍ୟାଚ ଦେଖିବା ପରେ ଭିଡିଓ ରେଫ୍ରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି ବାର୍ସେଲୋନା ସଭାପତି ।

ଜୋସେଫ ମାରିୟା କହିଛନ୍ତି, ମହାମାରୀ କୋରୋନା ଭାଇରସ ପରେ ଏହି ଲିଗ ଖେଳାଯାଉଛି । ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଫୁଟବଲ ଲିଗ ଲା ଲିଗା । ମାତ୍ର ମ୍ୟାଚକୁ ଶେଷ ପର୍ଯ୍ୟନ୍ତ ଦେଖିବା ପରେ ଏହା ଏହାମନେ ହେଲା, ମ୍ୟାଚରେ ଏକାଧିକ ବାର କିଛି ନିଷ୍ପତି ଗୋଟିଏ ଟିମ ସପକ୍ଷରେ ଯାଉଥିଲା, ଯାହା ଉଚିତ ନୁହେଁ ।

ମ୍ୟାଚରେ 75ତମ ମିନିଟ ପର୍ଯ୍ୟନ୍ତ ଉଭୟ ଟିମ ଗୋଲ ଶୂନ୍ୟ ରହିଥିଲେ । ମାତ୍ର 76ତମ ମିନିଟରେ ଭିଡିଓ ରେଫ୍ରୀ ପିଚ୍ ସାଇଡ ଦେଖି ରିୟଲ ମାଦ୍ରିଦକୁ ପେନାଲିଟ କର୍ଣ୍ଣର ପ୍ରଦାନ କରିଥିଲେ । ଏଥିସହିତ ଆଥଲେଟିକୋ ମଧ୍ୟ ଏକ ନିଶ୍ଚିନ୍ତ ଗୋଲ ସୁଯୋଗ ହାତଛଡା କରି ଦୁର୍ଭାଗ୍ୟଜନକ ଭାବେ ବିଜୟରୁ ବଞ୍ଚିତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.