ETV Bharat / sports

କଳିଙ୍ଗ ଷ୍ଟାଡିୟମ ପରିଦର୍ଶନରେ ଫିଫା ଅଧିକାରୀ - ଷ୍ଟାଡିୟମ ପରିଦର୍ଶନରେ ଫିଫା ଅଧିକାରୀ

ଆସନ୍ତା ବର୍ଷ ଭାରତରେ ଆୟୋଜିତ ହେବାକୁ ଯାଉଛି 17 ବର୍ଷରୁ କମ ମହିଳା ଫୁଟବଲ ବିଶ୍ବକପ। କେବେ ଓ କେଉଁ କେଉଁ ମ୍ୟାଚ କେଉଁଠି ହେବ ସେନେଇ ଆୟୋଜକ କମିଟି ସ୍ଥିର କରିନାହାଁନ୍ତି। ଅଧିକ ଖବର ପଢନ୍ତୁ...

_fifa team inspect kalinga stadium
କଳିଙ୍ଗ ଷ୍ଟାଡିୟମ ପରିଦର୍ଶନରେ ଫିଫା ଅଧିକାରୀ
author img

By

Published : Nov 29, 2019, 4:02 PM IST

ଭୁବନେଶ୍ବର: ଆସନ୍ତା ବର୍ଷ ଭାରତରେ ଆୟୋଜିତ ହେବାକୁ ଯାଉଛି 17 ବର୍ଷରୁ କମ ମହିଳା ଫୁଟବଲ ବିଶ୍ବକପ । ସାରା ଦେଶରେ 5ଟି ଭେନ୍ୟୁରେ ହେବାକୁ ଥିବା ଏହି ମେଗା ଇଭେଣ୍ଟ ପାଇଁ ଭୁବନେଶ୍ବର ଅନ୍ୟତମ ଭେନ୍ୟୁ ହେବାର ଫିଫା ପକ୍ଷରୁ ସ୍ବୀକୃତି ମିଳିଛି।

କଳିଙ୍ଗ ଷ୍ଟାଡିୟମ ପରିଦର୍ଶନରେ ଫିଫା ଅଧିକାରୀ

ଏହି ପରିପ୍ରେକ୍ଷୀରେ ଫିଫା ପକ୍ଷରୁ ଏକ ଟିମ ଭୁବନେଶ୍ବର ଷ୍ଟାଡିୟମ ପରିଦର୍ଶନ କରିବା ସହିତ ଭିତ୍ତିଭୂମିର ତଦାରଖ କରିଛନ୍ତି । ଏହି ଅବସରରେ ଫିଫା ବିଶ୍ବକପ ଆୟୋଜନ କମିଟିର ସଦସ୍ୟ ଓଲିଭର ଭଗ ଓଡିଶା ସରକାରଙ୍କ ପକ୍ଷରୁ କାର୍ଯ୍ୟର ସମୀକ୍ଷା କରି ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଓଡିଶା ସରକାର ପୂର୍ବରୁ ଅନେକ ଗୁଡିଏ ଆନ୍ତର୍ଜାତିକ ମ୍ୟାଚ ଆୟୋଜନ କରି ସଫଳତା ପାଇଥିବା ବେଳେ ଏହି ସରକାରଙ୍କ ଖେଳ ପ୍ରତି ଉତ୍ସାହ ଓ ଭିତ୍ତିଭୂମିର ସଫଳ ଆୟୋଜନ ରାଜ୍ୟ ପାଇଁ ସଫଳତାର ନୂଆ ଦିଗ ସୃଷ୍ଟି କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ଓଲିଭର ।

ସେହିପରି ରାଜ୍ୟକ୍ରୀଡା ସଚିବ ବିଶାଳ ଦେବ ଷ୍ଟାଡିୟମର ଆନୁଷଙ୍ଗିକ ସମସ୍ତ ପ୍ରକାର କାର୍ଯ୍ୟକ୍ରମ 2020 ଫେବୃଆରୀ ସୁଦ୍ଧା ଶେଷ ହୋଇଯିବ ବୋଲି କହିଛନ୍ତି । ଭାରତରେ ହେବାକୁ ଥିବା ବିଶ୍ବକପ ମ୍ୟାଚ ମଧ୍ୟରୁ ଅତିକମରେ 4ଟି ମ୍ୟାଚ ଆୟୋଜନ ନେଇ ଆଶାବାଦୀ ଥିବାବେଳେ କେବେ ଓ କେଉଁ କେଉଁ ମ୍ୟାଚ କେଉଁଠି ହେବ ସେ ନେଇ ଆୟୋଜକ କମିଟି ସ୍ଥିର କରିବେ ବୋଲି ସେ କହିଛନ୍ତି।

ତେବେ ବିଶ୍ବକପ ପୂର୍ବରୁ ମାର୍ଚ୍ଚ 26 ତାରିଖରେ କତାର ଓ ଭାରତ ମଧ୍ୟରେ ଏଠାରେ ଏକ କ୍ବାଲିଫାଇ ମ୍ୟାଚ ଆୟୋଜନ ହେବ ବୋଲି ସେ କହିଛନ୍ତି । ଫିଫା ଟିମର ପରିଦର୍ଶନ ପରେ ଆୟୋଜିତ ଏହି ପ୍ରେସ ମିଟରେ ଶ୍ରୀଯୁକ୍ତ ଓଲିଭର ଓ ବିଶାଳ ଦେବଙ୍କ ସହିତ ଲୋକାଲ ପ୍ରତିଯୋଗିତା ନିର୍ଦ୍ଦେଶକ ରୋମା ଖାନ୍ନା ମଧ୍ୟ ଉପସ୍ଥିତ ଥିଲେ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Intro:ଆସନ୍ତା ବର୍ଷ ଭାରତରେ ଆୟୋଜିତ ହେବାକୁ ଯାଉଛି 17 ବର୍ଷରୁ କମ ମହିଳା ଫୁଟବଲ ବିଶ୍ୱକପ।ସାରା ଦେଶରେ 5ଟି ଭେନ୍ୟୁ ରେ ହେବାକୁ ଥିବା ଏହି ମେଗା ଇଭେଣ୍ଟ ପାଇଁ ଭୁବନେଶ୍ୱର ଅନ୍ୟତମ ଭେନ୍ୟୁ ହେବାର ଫିଫା ପକ୍ଷରୁ ସ୍ୱୀକୃତି ମିଳିଛି।ଏହି ପରିପ୍ରେକ୍ଷୀରେ ଫିଫା ପକ୍ଷରୁ ଏକ ଟିମ ଭୁବନେଶ୍ୱର ଷ୍ଟାଡିୟମ ପରିଦର୍ଶନ କରିବା ସହିତ ଭିତ୍ତିଭୂମିର ତାଦାରଖ କରିଛନ୍ତି।

Body:ଏହି ଅବସରରେ ଫିଫା ବିଶ୍ୱକପ ଆୟୋଜନ କମିଟିର ସଦସ୍ୟ ଓଲିଭର ଭଗ ଓଡିଶା ସରକାରଙ୍କ ପକ୍ଷରୁ କାର୍ଯ୍ୟର ସମୀକ୍ଷା କରି ସନ୍ତୋଷ ବ୍ୟକ୍ତ କରିଛନ୍ତି।ଏହି ଅବସରରେ ଓଲିଭର ଓଡିଶା ସରକାର ପୂର୍ବରୁ ଅନେକ ଗୁଡିଏ ଆନ୍ତର୍ଜାତିକ ମ୍ୟାଚ ଆୟୋଜନ କରି ସଫଳତା ପାଇଥିବା ବେଳେ ଏହି ସରକାରଙ୍କ ଖେଳ ପ୍ରତି ଉତ୍ସାହ ଓ ଭିତ୍ତିଭୂମିର ସଫଳ ଆୟୋଜନ ରାଜ୍ୟ ପାଇଁ ସଫଳତାର ନୂଆ ଦିଗ ସୃଷ୍ଟି କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି।
ସେହିପରି ରାଜ୍ୟକ୍ରୀଡା ସଚିବ ବିଶାଳ ଦେବ ଷ୍ଟାଡିୟମର ଆନୁଷଙ୍ଗିକ ସମସ୍ତ ପ୍ରକାର କାର୍ଯ୍ୟକ୍ରମ 2020 ଫେବୃଆରୀ ସୁଦ୍ଧା ଶେଷ ହୋଇଯିବ ବୋଲି କହିଛନ୍ତି।ଭାରତରେ ହେବାକୁ ଥିବା ବିଶ୍ୱକପ ମ୍ୟାଚ ମଧ୍ୟରୁ ଅତିକମରେ 4ଟି ମ୍ୟାଚ ଆୟୋଜନ ନେଇ ଆଶାବାଦୀ ଥିବା ବେଳେ କେବେ ଓ କେଉଁ କେଉଁ ମ୍ୟାଚ କେଉଁଠି ହେବ ସେ ନେଇ ଆୟୋଜକ କମିଟି ସ୍ଥିର କରିବେ ବୋଲି ସେ କହିଛନ୍ତି।ତେବେ ବିଶ୍ୱକପ ପୂର୍ବରୁ ମାର୍ଚ୍ଚ 26 ତାରିଖରେ କତାର ଓ ଭାରତ ମଧ୍ୟରେ ଏଠାରେ ଏକ କ୍ୱାଲିଫାଇ ମ୍ୟାଚ ଆୟୋଜନ ହେବ ବୋଲି ସେ କହିଛନ୍ତି।
ଫିଫା ଟିମ ର ପରିଦର୍ଶନ ପରେ ଆୟୋଜିତ ଏହି ପ୍ରେସ ମିଟରେ ଶ୍ରୀଯୁକ୍ତ ଓଲିଭର ଓ ବିଶାଳ ଦେବଙ୍କ ସହିତ ଲୋକାଲ ପ୍ରତିଯୋଗିତା ନିର୍ଦେଶକ ରୋମା ଖାନ୍ନା ମଧ୍ୟ ଉପସ୍ଥିତ ଥିଲେ।
ବାଇଟ-ବିଶାଳ ଦେବ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.