ETV Bharat / sports

ଜାତୀୟ ମହିଳା ଫୁଟବଲ ଟିମରେ ୨ ଓଡ଼ିଆ ସାମିଲ - ଜାତୀୟ ଫୁଟବଲ ମହିଳା ଦଳରେ 2 ଓଡ଼ିଆ ସାମିଲ

ସିନିୟର ଜାତୀୟ ମହିଳା ଫୁଟବଲ୍ ଦଳରେ ସ୍ଥାନ ପାଇଲେ ୨ ଓଡିଆ ଖେଳାଳି । ଆସନ୍ତାକାଲି(ବୁଧବାର) ଠାରୁ ୟୁଏଇ ଓ ବାହାରିନରେ ଖେଳାଯିବ ମ୍ୟାଚ । ଅଧିକ ପଢନ୍ତୁ...

ଜାତୀୟ ମହିଳା ଫୁଟବଲ ଟିମରେ ୨ ଓଡ଼ିଆ ସାମିଲ୍
ଜାତୀୟ ମହିଳା ଫୁଟବଲ ଟିମରେ ୨ ଓଡ଼ିଆ ସାମିଲ୍
author img

By

Published : Sep 28, 2021, 7:29 AM IST

କଟକ: ସିନିୟର ଜାତୀୟ ମହିଳା ଫୁଟବଲ୍ ଦଳ ପାଇଁ ଚୟନ ହେଲେ ଦୁଇ ଓଡ଼ିଆ ଖେଳାଳି । ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ ପକ୍ଷରୁ ପ୍ୟାରୀ ଖାଖା ଓ ମନୀଷା ପାନାଙ୍କୁ ଜାତୀୟ ଦଳରେ ଚୟନ କରାଯାଇଛି । ଗତକାଲି(ସୋମବାର) ଘୋଷଣା ହୋଇଥିବା ୨୩ ଜଣିଆ ଭାରତୀୟ ମହିଳା ଫୁଟବଲ୍ ଦଳ ପାଇଁ ଉଭୟ ଚୟନ ହୋଇଛନ୍ତି ।

ଆସନ୍ତା ମହିଳା ଏସିଆ କପ ପୂର୍ବରୁ ୟୁଏଇ ଓ ବାହାରିନରେ ଖେଳାଯିବାକୁ ଥିବା ଅନ୍ତର୍ଜାତୀୟ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ ପାଇଁ ଏହି ଦୁଇ ଖେଳାଳି ଜାତୀୟ ଦଳରେ ସ୍ଥାନ ପାଇଛନ୍ତି । ଆସନ୍ତା ୩୦ ରୁ ଏହି ଦଳ ଝାଡଖଣ୍ଡରେ ଚାଲିଥିବା ଜାତୀୟ ଶିବିରରୁ ୟୁଏଇ ଗସ୍ତ କରିବେ । ସେଠାରେ ଅକ୍ଟୋବର ୨ ରେ ୟୁଏଇ ଏବଂ ଏହାର ଦୁଇ ଦିନ ପରେ ଟ୍ୟୁନିସିଆ ବିପକ୍ଷରେ ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳିବେ ।

ଏହାପରେ ସେଠାରୁ ବାହାରିନ୍ ଗସ୍ତ କରିବେ । ଅନ୍ୟପଟେ ଏହି ମ୍ୟାଚରେ ଦଳ ଆହୁରି ମଜଭୂତ ହେବ ବୋଲି ଆଶା ରଖିଛି ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ । ଅନ୍ୟପଟେ ଏହି ଦୁଇ ଖେଳାଳି ଆଗାମୀ ଏସିଆ କପରେ ସ୍ଥାନ ପାଇବା ନେଇ ମଧ୍ୟ ଆଶା ରଖିଛି ଓଡିଶା ଫୁଟବଲ ସଙ୍ଘ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.