ETV Bharat / sports

କୋରୋନା ଭାଇରସ: ପ୍ରିମିୟର ଲିଗର ଦୁଇ କୋରୋନା ପଜିଟିଭ ଚିହ୍ନଟ - ଇଂଲିସ ଫୁଟବଲ ଲିଗ

ଇଂଲିସ ଫୁଟବଲ ଲିଗର ଆରମ୍ଭ ପୂର୍ବରୁ ଆଉ ଦୁଇଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ପ୍ରିମିୟର ଲିଗ ପକ୍ଷରୁ ଘୋଷଣା କରାଯାଇଛି ।

Two More positive COVID-19 cases from latest Premier League testing
କୋରୋନା ଭାଇରସ: ପ୍ରିମିୟର ଲିଗର ଦୁଇ କୋରୋନା ପଜିଟିଭ ଚିହ୍ନଟ
author img

By

Published : Jun 14, 2020, 10:40 AM IST

ଲଣ୍ଡନ: ଇଂଲିସ ଫୁଟବଲ ଲିଗର ଆରମ୍ଭ ପୂର୍ବରୁ ଆଉ ଦୁଇଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ପ୍ରିମିୟର ଲିଗ ପକ୍ଷରୁ ଘୋଷଣା କରାଯାଇଛି ।

Two More positive COVID-19 cases from latest Premier League testing
ନୱରିଚ ସିଟି

ଜୁନ 11 ଓ ଜୁନ 12ରେ ମୋଟ 1,200 ଖେଳାଳି ଓ ଷ୍ଟାଫଙ୍କ ଟେଷ୍ଟ କରାଯାଇଥିଲା। ସେଥିମଧ୍ୟରୁ ଦୁଇଟି କ୍ଳବର2ଜଣ ସଦସ୍ୟ ପଜିଟିଭ ଥିବା ଜଣାପଡିଛି । ଦୁଇ ପଜିଟିଭଙ୍କ ମଧ୍ୟରୁ ଜଣେ ଖେଳାଳି ନୱରିଚ ସିଟିର ହୋଇଥିବା କ୍ଳବ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପଜିଟିଭ ଜଣାପଡିବା ପରେ ତାଙ୍କୁ 7 ଦିନ ସେଲ୍ଫ ଆଇସୋଲେସନରେ ରଖାଯାଇଛି । ରିପୋର୍ଟ ନିଗେଟିଭ ଆସିବା ପରେ ହିଁ ଉକ୍ତ ଖେଳାଳି ଅଭ୍ୟାସକୁ ଫେରିପାରିବେ ବୋଲି ନୱରିଚ ସିଟି ପକ୍ଷରୁ କୁହାଯାଇଛି ।

ପ୍ରିମିୟର ଲିଗ

ଏଯାବତ 8,687 ଖେଳାଳି ଓ ଷ୍ଟାଫଙ୍କର ଟେଷ୍ଟ କରାଯାଇଛି । ଏହି ଦୁଇ ପଜିଟିଭଙ୍କୁ ମିଶାଇ ପ୍ରିମିୟର ଲିଗର ମୋଟ ସଂକ୍ରମିତଙ୍କ ସଂଖ୍ୟା 16ରେ ପହଞ୍ଚିଛି । ସ୍ଥଗିତ ଥିବା ଇଂଲିସ ଫୁଟବଲ ପ୍ରିମିୟର ଲିଗ ଜୁନ 17ରୁ ପୁନଃ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ମ୍ୟାରେ ଆଷ୍ଟନ ଭିଲ୍ଲା ସେଫିଲ୍ଡ ୟୁନାଇଟେଡକୁ ଭେଟିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.