ରୋମ: ଦୀର୍ଘଦିନର ବ୍ୟବଧାନ ପରେ ଚଳିତ ସପ୍ତାହରେ ଅଭ୍ୟାସକୁ ଫେରିବାକୁ ପ୍ରସ୍ତୁତି କରୁଥିଲା ଟୋରିନୋ ଫୁଟବଲ କ୍ଳବ । ମାତ୍ର ଅଭ୍ୟାସକୁ ଫେରିବା ପୂର୍ବରୁ ଏହି ସିରିଏ ଏ କ୍ଳବକୁ ଲାଗିଛି ବଡ ଝଟକା ।
ନିୟମ ମୁତାବକ ଅଭ୍ୟାସକୁ ଫେରିବା ପୂର୍ବରୁ ସମସ୍ତ ଖେଳାଳିଙ୍କୁ କୋରୋନା ଭାଇରସ ପରୀକ୍ଷା କରଯିବ। ଫଳରେ ପ୍ରାଥମିକ ରାଉଣ୍ଡରେ କ୍ଳବର ଜଣେ ଖେଳାଳିଙ୍କ ରିପୋର୍ଟ ପଜିଟିଭ ଆସିଥିବା ଜଣାପଡିଛି । ଏନେଇ କ୍ଳବ ପକ୍ଷରୁ ନିଜ ୱେବସାଇଟରେ ସୂଚନା ଦିଆଯାଇଛି । ତୁରନ୍ତ ସେହି ଖେଳାଳିଙ୍କୁ କ୍ବାରେଣ୍ଟିନରେ ରଖାଯିବା ସହ ଚିକିତ୍ସାର ତଦାରଖ କରଯାଉଛି ।
ୟୁରୋପରେ ସର୍ବାଧିକ ଲକାଡାଉନ ଅବଧି ଇଟାଲିରେ 8 ସପ୍ତାହ ଶେଷ ହେବା ପରେ ଅଭ୍ୟାସ ଆରମ୍ଭ ପାଇଁ ପ୍ରସ୍ତୁତି କରିଥିଲା ଟୋରିନୋ ଏଫସି ।