ନୂଆଦିଲ୍ଲୀ: କୋଭିଡ-19 ମହାମାରୀକୁ ନଜରରେ ରଖି ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଫୁଟବଲ ମ୍ୟାଚ୍ ସ୍ଥଗିତ ରଖିଥିବା ନେଇ କହିଛି ତାଜିକିସ୍ତାନ । ତାଜିକିସ୍ତାନରେ ସମସ୍ତ ଫୁଟବଲ ପ୍ରତିଯୋଗିତା ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରହିଛି ବୋଲି ତାଜିକିସ୍ତାନ ଫୁଟବଲ ଫେଡେରେସନ ସେମାନଙ୍କ ଅଫିସିଆଲ ୱେବସାଇଟରେ ଏକ ବିବୃତ୍ତିରେ କହିଛନ୍ତି ।
ଦେଶର କୋରୋନା ଭାଇରସ୍ ରୋକିବା ପାଇଁ ରିପବ୍ଲିକାନ୍ ମୁଖ୍ୟାଳୟର ନିଷ୍ପତ୍ତିକୁ ତାଜିକିସ୍ତାନର ଫୁଟବଲ୍ ଫେଡେରେସନ୍ ସମ୍ପୂର୍ଣ୍ଣ ଭାବେ ସମର୍ଥନ କରୁଥିବା କହିଛି । ‘ସ୍ବାସ୍ଥ୍ୟ ଏବଂ ନିରାପତ୍ତା ରକ୍ଷା ପାଇଁ ଆଜି ସର୍ବସାଧାରଣ ସ୍ତରରେ କ୍ରୀଡା ଇଭେଣ୍ଟକୁ ସ୍ଥଗିତ ରଖାଯାଇଛି' ବୋଲି ବିବୃତ୍ତିରେ ଉଲ୍ଲେଖ ରହିଛି ।
ତେବେ କୋରୋନା ଭାଇରସ୍ ମହାମାରୀ ସତ୍ତ୍ବେ ଫୁଟବଲ୍ ସିଜିନକୁ ଆଗ ନେଇଥିବା ଅଳ୍ପ କେତେକ ଦେଶ ମଧ୍ୟରୁ ଏହି ଦେଶ ଅନ୍ୟତମ । ତାଜିକିସ୍ତାନରେ ଏଯାବତ୍ କୌଣସି କୋଭିଡ-19 ମାମଲା ରିପୋର୍ଟ କରାଯାଇନାହିଁ । ଯଦିଓ ଏହାର ପୂର୍ବତନ ସୋଭିଏତ୍ ପଡ଼ୋଶୀ ଦେଶରେ କିଛି ଆକ୍ରାନ୍ତ ରହିଛି ।