ମାଦ୍ରିଦ: ଚଳିତ ସ୍ପାନିସ ଲିଗରେ ରିୟଲ ମାଦ୍ରିଦର ବିଜୟ ଯାତ୍ରା ଜାରି ରହିଛି । ରବିବାର ଖେଳାଯାଇଥିବା ମ୍ୟାଚରେ ରିୟଲ ସୋସିଏଦାଦକୁ 2-1ରେ ମାତ ଦେଇଛି ମାଦ୍ରିଦ । ଏଥିସହିତ ବାର୍ସେଲାନାକୁ ସହ ଲା ଲିଗା ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି ।

ରିୟଲ ମାଦ୍ରିଦ ପକ୍ଷରୁ ସେରଗିଓ ରମୋସ ଓ କରିମ ବେଞ୍ଜେମା ଦୁଇଟି ଗୋଲ କରି ବିଜୟୀ କରାଇଥିଲେ । ଦ୍ବିତୀୟ ଅର୍ଦ୍ଧରେ ମ୍ୟାଚର 50ତମ ମିନିଟରେ ପେନାଲିଟ କିକ ଯୋଗେ ଗୋଲ ରମୋସ ଓ 70ତମ ମିନିଟରେ ବେଞ୍ଜେମା ଗୋଲ କରିଥିଲେ ।

ବାର୍ସେଲୋନା ସହ ସମାନ 65 ପଏଣ୍ଟ ସହ ରିୟଲ ମାଦ୍ରିଦ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି । ତେବେ ଗୋଲ ମୁକାବିଲାରେ ମାଦ୍ରିଦ ଆଗରେ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ