ଲିଭରପୁଲ୍: ବୁଧବାର ଖେଳାଯାଇଥିବା ପ୍ରିମିୟର ଲିଗ ଟୁର୍ଣ୍ଣାମେଣ୍ଟରେ ଲିସଷ୍ଟର ବିପକ୍ଷରେ ବିଜୟୀ ହୋଇଛି ଏଭରଟନ । କ୍ଳବ ପକ୍ଷରୁ ରିଚାର୍ଲସନ ଓ ଗାଇଲଫି ସିଗର୍ଡସନଙ୍କ ପ୍ରାରମ୍ଭିକ ଗୋଲ କରିଥିଲେ । ଫଳରେ ଲିସଷ୍ଟରକୁ 2-1 ଗୋଲରେ ହରାଇଛି ଏଭରଟନ ।
![Premier League: Everton beat stumbling Leicester City 2-1](https://etvbharatimages.akamaized.net/etvbharat/prod-images/9e382d35-cdb0-4acb-b58f-ee205bc909ca_0207newsroom_1593667398_482.jpg)
କେଲଚି ଇହାନକୋ ଲିସଷ୍ଟର ପକ୍ଷରୁ ଏକମାତ୍ର ଗୋଲକରି କିଛି ଆଶା ସଞ୍ଚୟ କରିଥିଲେ । ମାତ୍ର ମ୍ୟାଚ ଶେଷ ପର୍ଯ୍ୟନ୍ତ ଅଧିକ ଗୋଲ କରିବାକୁ ସକ୍ଷମ ହୋଇନଥିଲା ଲିସଷ୍ଟର ।
![Premier League: Everton beat stumbling Leicester City 2-1](https://etvbharatimages.akamaized.net/etvbharat/prod-images/skysports-leicester-everton_5027693_0207newsroom_1593667398_586.jpg)
ଏହି ବିଜୟ ସହ ଏଭରଟନ 5ମ ସ୍ଥାନରେ ଥିବା ମାଞ୍ଚେଷ୍ଟର ୟୁନାଟେଡ ଓ ଷଷ୍ଠ ସ୍ଥାନରେ ଥିବା ୱାଲଭରହମ୍ପଟନ ଠାରୁ 3ପଏଣ୍ଟ ଅଗ୍ରଣୀ ଲାଭ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ