ETV Bharat / sports

ଆଇଏସଏଲ-7: ଓଡିଶା ଏଫସିକୁ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କଲା ହାଇଦ୍ରାବାଦ ଏଫସି - ISL 2020 Odisha FC Vs Hyderabad FC

ଆଇଏସଏଲର 7ର ଓଡିଶା ଏଫସିର ପ୍ରଥମ ମ୍ୟାଚରେ ପରାଜୟ । ପେନାଲଟିରେ ଗୋଲ କରି ବିଜୟରୁ ଅଭିଯାନ ଆରମ୍ଭ କଲା ହାଇଦ୍ରାବାଦ ଏଫସି । ଅଧିକ ପଢନ୍ତୁ..

Odisha pay the penalty as Hyderabad keep first-ever clean sheet
ଆଇଏସଏଲ-7: ଓଡିଶା ଏଫସିକୁ ପରାସ୍ତ କରି ବିଜୟରୁ ଅଭିଯାନ ଆରମ୍ଭ କଲା ହାଇଦ୍ରାବାଦ ଏଫସି
author img

By

Published : Nov 24, 2020, 4:07 AM IST

ପାଣାଜି: ଆଇଏସଏଲ 7ର ଚତୁର୍ଥ ମ୍ୟାଚରେ ସୋମବାର ଓଡିଶା ଏଫ୍‌ସି ଓ ହାଇଦ୍ରାବାଦ ଏଫ୍‌ସି ମଧ୍ୟରେ କଡା ମୁକାବିଲା ହୋଇଛି । କଡା ଟକ୍କର ତଥା ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଓଡିଶା ଏଫ୍‌ସି କୁ 1-0 ଗୋଲରେ ପରାସ୍ତ କରିଛି ହାଇଦ୍ରାବାଦ ଏଫ୍‌ସି ।

କୋରୋନା ମହାମାରୀ ମଧ୍ୟରେ ପାଣାଜିର ଜିଏମସି ଷ୍ଟାଡିୟମରେ ଖେଳାଯାଇଥିବା ଚତୁର୍ଥ ମ୍ୟାଚରେ ଓଡିଶା ଏଫ୍‌ସି ଓ ହାଇଦ୍ରାବାଦ ଏଫ୍‌ସି ମ୍ୟାଚ ବେଶ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଏହି ମ୍ୟାଚରେ ଓଡିଶା ଏଫସି ନୂଆ ପ୍ରଶିକ୍ଷକ ଓ ଅଧିନାୟକଙ୍କୁ ନେଇ ଗ୍ରାଉଣ୍ଡକୁ ଓହ୍ଲାଇଥିଲା । ଓଡିଶାର ଦଳର ନେତୃତ୍ବ ଷ୍ଟିଭେନ ଟେଲର ନେଇଥିଲେ । ଆରମ୍ଭରୁ ଉଭୟ ଦଳ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ । ଏହି ମ୍ୟାଚରେ ହାଇଦ୍ରାବାଦ ପକ୍ଷରୁ ଡେବ୍ୟୁ ମ୍ୟାଚ ଖେଳୁଥିବା ଆରିଦାନେ ସାନ୍ତୋନା 34 ତମ ମିନିଟରେ ପେନାଲଟି ଗୋଲ ବଳରେ ମ୍ୟାଚକୁ ହାଇଦ୍ରାବାଦ ସପକ୍ଷକୁ ଆଣିଥିଲା । ଓଡିଶା ଏଫସି ମଧ୍ୟ ଗୋଲ କରିବା ପାଇଁ ଭରପୁର ସୁଯୋଗ ସୃଷ୍ଟି କରିଥିଲା କିନ୍ତୁ ଗୋଲରେ ପରିଣତ କରିପାରିନାହାଁନ୍ତି ।

ହାଇଦ୍ରାବାଦ ଏଫସି ଆଇଏସଏଲ 7ର ପ୍ରଥମ ମ୍ୟାଚରେ ବିଜୟରୁ ଅଭିଯାନ ଆରମ୍ଭ କରିଛି । ହାଇଦ୍ରାବଦ ଏଫସିର ନେତୃତ୍ବ ଭାରତୀୟ ଗୋଲକିପର ସୁବ୍ରତ ପୋଲ ନେଇଥିଲେ । ସୁବ୍ରତ ପୋଲଙ୍କ ଚମତ୍କାର ଗୋଲ କିପିଙ୍ଗ ଯୋଗୁଁ ଏହି ମ୍ୟାଚରେ ଓଡିଶା ଏଫସି ଗୋଲ କରିବା ପାଇଁ ସକ୍ଷମ ହୋଇନଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.