ETV Bharat / sports

ଡିଫେଣ୍ଡର ସେବାଷ୍ଟିଆ-ସାହିଲ ଓଡ଼ିଶା ଏଫସିରେ ସାମିଲ

ଆଗାମୀ ଇଣ୍ଡିଆନ ସୁପର ଲିଗ୍ ସିଜିନରେ ଓଡ଼ିଶା ପକ୍ଷରୁ ଖେଳିବେ ଡିଫେଣ୍ଡର ସାହିଲ ପାୱାର ଓ ସେବାଷ୍ଟିଆନ ଥାଙ୍ଗମୁଆନସାଙ୍ଗ । ଏହାକୁ ନେଇ ଓଡ଼ଶା ଏଫସି ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢ଼ନ୍ତୁ...

ଡିଫେଣ୍ଡର ସେବାଷ୍ଟିଆ-ସାହିଲ ଓଡ଼ିଶା ଏଫସିରେ ସାମିଲ
ଡିଫେଣ୍ଡର ସେବାଷ୍ଟିଆ-ସାହିଲ ଓଡ଼ିଶା ଏଫସିରେ ସାମିଲ
author img

By

Published : May 14, 2021, 10:08 PM IST

ଭୁବନେଶ୍ବର: ଆଗାମୀ ଇଣ୍ଡିଆନ ସୁପର ଲିଗ୍ ସିଜିନରେ ଓଡ଼ିଶା ପକ୍ଷରୁ ଖେଳିବେ ଡିଫେଣ୍ଡର ସାହିଲ ପାୱାର ଓ ସେବାଷ୍ଟିଆନ ଥାଙ୍ଗମୁଆନସାଙ୍ଗ । ଏହାକୁ ନେଇ ଓଡ଼ଶା ଏଫସି ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ହାଇଦ୍ରାବାଦ ଏଫସି ପକ୍ଷରୁ ପ୍ରତିନିଧିତ୍ବ କୁରଥିଲେ ସାହିଲ ପାୱାର । ସେହିଭଳି ଏହାପୂର୍ବରୁ ଗୋକୁଲମ କେରଳ ଏଫସି ପକ୍ଷରୁ ଆଇଏସଏଲରେ ଜଲୱା ଦେଖାଉଥିଲେ ସେବାଷ୍ଟିଆନ ଥାଙ୍ଗମୁଆନସାଙ୍ଗ ।

ଏହାକୁ ନେଇ ଅଷ୍ଟମ ସିଜିନ ଆଇଏସଏଲ ପୂର୍ବରୁ ବିଦ୍ଧିବଦ୍ଧ ଭାବରେ ସମସ୍ତ ପ୍ରକ୍ରିୟା ଶେଷ ହେବ । 21 ବର୍ଷୀୟ ଡିଫେଣ୍ଡର ସାହିଲ ପାୱାର ପ୍ରଥମେ ପୁଣେ ଏଫସିରୁ ଆଇଏସଏଲ କ୍ୟାରିଅର ଆରମ୍ଭ କରିଥିଲେ । ଏହାପରେ ସେ ହାଇଦ୍ରାବାଦ ଏଫସିରେ ଯୋଗ ଦେଇ ଆଇଏସଏଲରେ ମୋଟ 37ଟି ମ୍ୟାଚ ଖେଳିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ କେବଳ ଦୁଇ ବର୍ଷ ପାଇଁ ଓଡ଼ିଶା ଏଫସି ସହ ଚୁକ୍ତି ସ୍ବାକ୍ଷର ହୋଇଛି । ତୃତୀୟ ବର୍ଷକୁ ଚୁକ୍ତିକୁ ଏକ ବିକଳ୍ପ ଭାବରେ ରଖାଯାଇଛି । 2017 ମସିହାରେ ସେ ଭାରତ ପକ୍ଷରୁ ଦକ୍ଷିଣ ଏସିଆନ ଫୁଟବଲ ଚମ୍ପିଆନସିପ ଦଳରେ ସ୍ଥାନରେ ପାଇଥିଲେ ।

ସେହିଭଳି 22 ବର୍ଷୀୟ ମଣିପୁର ଡିଫେଣ୍ଡର ସେବାଷ୍ଟିଆନ ଥାଙ୍ଗମୁଆନସାଙ୍ଗ ଓଡ଼ିଶା ଏଫସିରେ ସାମିଲ ହୋଇଛନ୍ତି । ନିକଟର ଗୋକୁଲମ କେରଳ ଏଫସି ଆଇ-ଲିଗରେ ଚମ୍ପିଆନ ହୋଇଥିଲା । ଏହି ଦଳରେ ସାମିଲ ଥିଲେ ସେବାଷ୍ଟିଆନ । ତାଙ୍କ ସହ ମଧ୍ୟ ଓଡ଼ିଶା ଦୁଇ ବର୍ଷ ପାଇଁ ଚୁକ୍ତି କରିଥିବା ବେଳେ ତୃତୀୟ ବର୍ଷକୁ ବିକଳ୍ପ ଭାବରେ ରଖାଯାଇଛି ।

ଏହାକୁ ନେଇ ଓଡ଼ଶା ଏଫସିର କାର୍ଯ୍ୟ ନିର୍ବାହୀ ଅଧିକାରୀ କହିଛନ୍ତି ଯେ, "ଆମେ ସାହିଲ ପାୱାର ଓ ସେବାଷ୍ଟିଆନ ଥାଙ୍ଗମୁଆନସାଙ୍ଗଙ୍କୁ କ୍ଲବକୁ ସ୍ବାଗତ କରୁଛୁ। ସାହିଲ ଗତ ଦୁଇ ବର୍ଷ ହେଲା ଆଇଏସଏଲ ଖେଳୁଛନ୍ତି । ଓଡ଼ିଶା ଏଫସି ତାଙ୍କ ଉପଯୁକ୍ତ ସ୍ଥାନ ହେବ ବୋଲି ଆମେ ଭାବୁଛୁ । ସେବାଷ୍ଟିଆନଙ୍କ ଖେଳ ଗତ ଦୁଇ ବର୍ଷ ହେଲା ଆମେ ଦେଖି ଆସୁଛୁ। ଶେଷରେ କ୍ଲବ ସହ ଯୋଡ଼ି ହୋଇଥିବାରୁ ଆମେ ବହୁତ ଖୁସି। "

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.