ETV Bharat / sports

Watford Football Club ସହ ଓଡିଶା FCର ନୂଆ ପାର୍ଟନରସିପ

author img

By

Published : Sep 1, 2021, 8:27 PM IST

Updated : Sep 1, 2021, 8:37 PM IST

ଓଡ଼ିଶା ଏଫସି ସହ ତିନି ବର୍ଷର ଚୁକ୍ତି କଲା ୱାଟଫୋର୍ଡ ଏଫସି । ୩ ବର୍ଷ ପାଇଁ ୱାଟଫୋର୍ଡ ଏଫସି ଓଡ଼ିଶା ଏଫସିର ପାର୍ଟନର ଭୁମିକା ତୁଲାଇବ । ଅଧିକ ପଢ଼ନ୍ତୁ...

ୱାଟଫୋର୍ଡ ସହ ୩ ବର୍ଷର ଭାଗିଦାରୀ ଚୁକ୍ତି କଲା ଓଡ଼ଶା ଏଫସି

ଭୁବନେଶ୍ବର: ଓଡ଼ିଶା ଏଫସି ସହ ତିନି ବର୍ଷର ଚୁକ୍ତି କଲା ୱାଟଫୋର୍ଡ ଏଫସି ( Watford Football Club) । ୩ ବର୍ଷ ପାଇଁ ୱାଟଫୋର୍ଡ ଏଫସି ଓଡ଼ିଶା ଏଫସିର ପାର୍ଟନର ଭୁମିକା ତୁଲାଇବ । ଏହାକୁ ନେଇ ଉଭୟ ଓଡ଼ିଶା ଏଫସି ଓ ୱାଟଫୋର୍ଡ ଏଫସି ଟ୍ବିଟ୍ କରି ସୂଚନା ଦେଇଛନ୍ତି ।

  • 𝗔 𝗛𝗜𝗦𝗧𝗢𝗥𝗜𝗖 𝗔𝗡𝗡𝗢𝗨𝗡𝗖𝗘𝗠𝗘𝗡𝗧

    Bhubaneswar-based ISL Club @OdishaFC signs one of its kind partnership with @premierleague Club @WatfordFC which will see them working together for mutual football development.

    Read more about the partnership.https://t.co/tPDIuBsV4c

    — Odisha Sports (@sports_odisha) September 1, 2021 " class="align-text-top noRightClick twitterSection" data=" ">

ଏହାଦ୍ବାରା ଓଡ଼ିଶାରେ ଫୁଟବଲ ଖେଳର ସ୍ତରର ବୃଦ୍ଧି ପାଇବ ବୋଲି କହିଛନ୍ତି କ୍ରୀଡ଼ା ସଚିବ ଭିନିଲ କ୍ରୀଷ୍ଣା । ୱାଟଫୋର୍ଡ ଏଫସି ପ୍ରିମିୟର ଲିଗର ଏକ ଜଣାଶୁଣା ସୁପରିଚତ ଫୁଟବଲ କ୍ଲବ । ଏହାଏକ ଇଟାଲିଆନ ମାଲିକାନା ଇଂଲଣ୍ଡ ଫୁଟବଲ କ୍ଲବ । ଏହାଦ୍ବାରା ଓଡ଼ିଶା ଏଫସିର ଖେଳାଳିମାନେ ଏହି ବିଦେଶୀ ଫୁଟବଲ କ୍ଲବଠାରୁ ଟ୍ରିକ୍ସ ଓ ଟିପ୍ସ ମଧ୍ୟ ନେଇ ପାରିବେ ।

ଓଡ଼ିଶା ଏଫସି ସହ ପାର୍ଟନରସିପ ପରେ ୱାଟଫୋର୍ଡ ଏଫସି ଫୋଟ ସେୟାର କରି ଟ୍ବିଟ୍ କରିଛି । ଏହି ଫଟୋରୋ ୱାଟଫୋର୍ଡର ଖେଳାଳି ଓ ସପୋର୍ଟ ଷ୍ଟାଫମାନେ ଓଡ଼ିଶା ଏଫସି ଜର୍ସି ପିନ୍ଧିଥିବା ଦେଖାଯାଇଛି । ଏହି ଭାଗିଦାରୀ ଯୋଗୁଁ ୱାଟଫୋର୍ଡର କୋଚମାନେ ଓଡ଼ିଶା ଏଫସିର ଖେଳାଳିମାନଙ୍କୁ କୋଚିଂ ଦେଇପାରିବେ ।

ଆଗାମୀ ଦିନରେ ଓଡି଼ଶାରେ ମହିଳା ଫୁଟବଲ ଦଳକୁ ତାଲିମ ଦେବାରେ ସହୟତା କରିବ ୱାଟଫୋର୍ଡ ଏଫସି । ଏହି କ୍ରମର ପ୍ରାଥମିକ ପର୍ଯ୍ୟାୟ ସେମାନଙ୍କ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚ ଆୟୋଜନ ହେବ । ଖାଲି ସେତିକି ନୁହେଁ ଓଡ଼ିଶା ଏଫସି ଖେଳାଳିମାନେ ଇଂଲଣ୍ଡ ଯାଇ ସେଠାରେ ୱାଟଫୋର୍ଡ ସହ ମ୍ୟାଚ ମଧ୍ୟ ଖେଳି ପାରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 1, 2021, 8:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.