ଲିଡସ: ମହାମାରୀ କୋରୋନା ଭାଇରସ ଯୋଗୁଁ ପ୍ରଭାବିତ ହୋଇଛି ବିଶ୍ବ କ୍ରୀଡାଜଗତ । ବିରାଟ ବିରାଟ କ୍ରିକେଟ, ଫୁଟବଲ, ଟେନିସ, ବ୍ୟାଡମିଣ୍ଟନର ଷ୍ଟାଡିୟମରେ ଶୂନଶାନ ହୋଇଯାଇଛି । ବିଶ୍ବକ୍ରୀଡାର ମହାକୁମ୍ଭ ଇତିହାସରେ ପ୍ରଥମ ଥର ଅଲମ୍ପିକ୍ସ ଗେମ ସମୟସୂଚୀରେ ପରିବର୍ତ୍ତନ ହୋଇଛି ।

ଗୋଟିଏ ବି ମଣିଷ ଜୀବନ ଖେଳ ପାଇଁ ବିପଦରେ ନ ପଡୁ ବୋଲି କହିଛନ୍ତି ଫୁଟବଲର ସର୍ବୋଚ୍ଚ ପରିଚାଳନା କମିଟି(FIFA)ର ସଭାପତି ଜିଆନି ଇନଫାଣ୍ଟିନୋ । ଖେଳାଳି, ପରିଚାଳନା କର୍ମଚାରୀ ଓ ଦର୍ଶକଙ୍କ ସୁରକ୍ଷା ସର୍ବଦା ସର୍ବୋପରି ।
ବିଶ୍ବର ଏକାଧିକ ଫୁଟବଲ ଲିଗ, ପ୍ରତିଯୋଗିତା ବନ୍ଦ ରଖିବାର ଉଦ୍ଦେଶ୍ୟ ଯେ ସ୍ବାସ୍ଥ୍ୟର ସୁରକ୍ଷା ସବୁଠୁ ଉର୍ଦ୍ଧ୍ବରେ । ସେଥିପାଇଁ ସ୍ଥିତି ଶତପ୍ରତିଶତ ନ ସୁଧୁରିଲେ ପ୍ରତିଯୋଗିତା ଆରମ୍ଭ କରିବା ଦାୟିତ୍ବହୀନତା ପ୍ରମାଣିତ କରିବ । ରିସ୍କ ନେବା ଅପେକ୍ଷା ଅଧିକ ସମୟ ଅପେକ୍ଷା କରିବା ବୁଦ୍ଧିମାନର କାମ ବୋଲି ସେ କହିଛନ୍ତି । ଏଥିସହିତ କୋରୋନା ଭାଇରସର ପ୍ରଭାବ ଶେଷ ନହେବ ପର୍ଯ୍ୟନ୍ତ କୌଣସି ଫୁଟବଲ ଟୁର୍ଣ୍ଣାମେଣ୍ଟ ବିପଦପୂର୍ଣ୍ଣ ବୋଲି ସ୍ପଷ୍ଟ କରିଛନ୍ତି FIFA ସଭାପତି ।