ନ୍ୟୁୟର୍କ: ଫ୍ରେଞ୍ଚ କ୍ଲବ ପ୍ୟାରିସ ସେଣ୍ଟ ଜର୍ମାନ ଏଫସି (PSG)ର ଷ୍ଟାର ଖେଳାଳି ନେମାର କୋରୋନାକୁ ମାତ ଦେଇଛନ୍ତି । ବର୍ତ୍ତମାନ ସେ ଟ୍ରେନିଂକୁ ଫେରିଥିବା ସୂଚନା ଦେଇଛନ୍ତି । ଏଥିପାଇଁ ସେ ବହୁତ ଖୁସି ଥିବା କହିଛନ୍ତି ।
![neymar-cleared-of-covid-19-returns-to-training](https://etvbharatimages.akamaized.net/etvbharat/prod-images/8773836_fds.jpg)
ପିଏସଜି ଟିମର 7ଜଣଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ସେମାନଙ୍କ ମଧ୍ୟରେ 28ବର୍ଷୀୟ ନେମାର ମଧ୍ୟ ଥିଲେ ।
ଏକ ନ୍ୟୁଜ ଏଜେନ୍ସିର ରିପୋର୍ଟ ଅନୁସାରେ ଅନ୍ୟ ସଂକ୍ରମିତ ଖେଳାଳିମାନେ ହେଲେ ଆଞ୍ଜେଲ ଡି ମାରିଆ, ଲେଣ୍ଡ୍ରୋ ପାରେଡସ୍, କିଲିଆନ୍ ମବାପେ, ମାଉରୋ, କିଲର ନଓ୍ବିସ ଓ ମାରକ୍ୟୁନୋସ ।
ବ୍ରାଜିଲର ଷ୍ଟାର ନେମାର ଟ୍ବିଟ କରି କହିଛନ୍ତି ଯେ, ମୁଁ ଟ୍ରେନିଂକୁ ଫେରିଛି । #CORONAOUT ଏବେ ମୁଁ ଖୁସି ଅଛି ।