ହାଇଦ୍ରାବାଦ: କ୍ୟାରିଅର ଶେଷ ପର୍ଯ୍ୟନ୍ତ ବାର୍ସେଲୋନା ପକ୍ଷରୁ ଖେଳିବେ ଫୁଟବଲ ଷ୍ଟାର ଲିଓନେଲ ମେସି । ଏହା କହିଛନ୍ତି ବାର୍ସେଲୋନା ସଭାପତି ଜୋସେପ ମାରିୟା ବାର୍ଟମେୟୁ ।
ପୂର୍ବରୁ କିଛି ରିପୋର୍ଟରେ ମେସି ବାର୍ସେଲୋନା ଛାଡିବା ନେଇ ଚର୍ଚ୍ଚା ହେଉଥିଲା । ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ ଲା ଲିଗା ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରହିଥିଲା । ମାତ୍ର ଏହା ସଫଳତାର ସହ ପୁନଃ ଆରମ୍ଭ ହୋଇସାରିଛି । ମେସି ବାର୍ସେଲୋନା ପକ୍ଷରୁ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି ।
ଚଳିତ ଲା ଲିଗା ପଏଣ୍ଟ ଟେବୁଲରେ ବାର୍ସେଲୋନା 34 ମ୍ୟାଚରୁ 73 ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛି । ରିଲୟ ମାଦ୍ରିଦ ପ୍ରଥମ ସ୍ଥାନରେ 4 ପଏଣ୍ଟ ଆଗରେ ରହିଛି । ବୁଧବାର ଜୁଲାଇ 8ରେ ବାର୍ସେଲୋନା ତାର ପରବର୍ତ୍ତୀ ମୁକାବିଲାରେ, ଇସପାନେୟଲକୁ ଭେଟିବ ।