ETV Bharat / sports

ଫୁଟବଲ୍‌ର ଭଗବାନ ମାରାଡୋନାଙ୍କ ଚୋରି ଘଣ୍ଟା ଆସାମରୁ ଉଦ୍ଧାର - ମାରାଡୋନାଙ୍କ ଚୋରୀ ଘଣ୍ଟା ନ୍ୟୁଜ

ଆସାମର ଶିବସାଗର ଜିଲ୍ଲାର ପୋଲିସ ଶିବସାଗର(Sivsagar) ଜିଲ୍ଲାର ୱାଜିଦ୍‌ ନାମକ ଜଣେ ଯୁବକଙ୍କ ଠାରୁ ମାରାଡୋନାଙ୍କ ହବଲଟ୍‌ ଘଣ୍ଟା ଉଦ୍ଧାର କରିଛି । ମାରାଡୋନାଙ୍କ ମୃତ୍ୟୁ ପର ଏହି ଘଣ୍ଟା ଚୋରି ହୋଇଯାଇଥିଲା । ୨୦୧୬ରୁ ୱାଜିଦ୍‌ ଦୁବାଇରେ ସିକ୍ୟୁରିଟି ଗାର୍ଡ କାମ କରିଆସୁଛନ୍ତି । ଅଧିକ ପଢନ୍ତୁ

Maradona's stolen watch recovered from Assam' s Sivsagar
ଫୁଟବଲ୍‌ର ଭଗବାନ ମାରାଡୋନାଙ୍କ ଚୋରୀ ଘଣ୍ଟା ଆସାମରୁ ଉଦ୍ଧାର
author img

By

Published : Dec 11, 2021, 5:25 PM IST

ଶିବସାଗର(ଆସାମ): ମିଳିଲା 'ଫୁଟବଲ୍‌ର ଭଗବାନ'('God of Football') ଡିଏଗୋ ମାରାଡୋନାଙ୍କ ପ୍ରିୟ ଘଣ୍ଟା । ଆସାମରୁ ଏହି ଘଣ୍ଟା ମିଳିଛି । ଆସାମର ଶିବସାଗର ଜିଲ୍ଲାର ପୋଲିସ ଉକ୍ତ ଜିଲ୍ଲାର ୱାଜିଦ୍‌ ନାମକ ଜଣେ ଯୁବକଙ୍କ ଠାରୁ ମାରାଡୋନାଙ୍କ ହବଲଟ୍‌ (hublot) ଘଣ୍ଟା ଉଦ୍ଧାର କରିଛି ।

ମାରାଡୋନାଙ୍କ ମୃତ୍ୟୁ ପରେ ଏହି ଘଣ୍ଟା ଚୋରି ହୋଇଯାଇଥିଲା । ୨୦୧୬ରୁ ୱାଜିଦ୍‌ ଦୁବାଇରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରିଆସୁଛନ୍ତି । ଚଳିତ ବର୍ଷ ଅଗଷ୍ଟରେ ସେ ଘରକୁ ଫେରିଛନ୍ତି । ତେବେ ଚୋରି ହେଇଥିବା ଘଣ୍ଟା ୱାଜିଦ ବ୍ୟବହାର କରୁଥିବା କୌଣସି ସୂତ୍ରରୁ ଜାଣିବାକୁ ପାଇଥିଲା ପୋଲିସ । ଏହାପରେ ୱାଜିଦଙ୍କୁ ଗିରଫ କରିବା ସହ ଘଣ୍ଟା ଜବତ କରିଛି ଆସାମ ପୋଲିସ ।

ଏହାମଧ୍ୟ ପଢନ୍ତୁ: Indian Super League: ଦମଦାର ବିଜୟ ସହ ପଏଣ୍ଟ ଟେବୁଲର ଦ୍ବିତୀୟରେ ଓଡିଶା

ଡେରିକ (Derick) ନାମକ ଜଣେ ନାଇଜେରିଆନ ବ୍ୟକ୍ତି ଏହି ଘଣ୍ଟା ତାଙ୍କୁ ଦେଇଥିଲେ ବୋଲି ୱାଜିଦ ସ୍ବୀକାର କରିଥିବା ଆସାମ ପୋଲିସ ସ୍ପଷ୍ଟ କରିଛି । ପୋଲିସ ନିକଟରେ ୱାଜିଦର ବୟାନ ଅନୁଯାୟୀ, ସେ ଜଣେ ସିକ୍ୟୁରିଟି ଗାର୍ଡ ଭାବେ ଦୁବାଇରେ କାର୍ଯ୍ୟ କରୁଛନ୍ତି । ଘରକୁ ଫେରିବା ପୂର୍ବରୁ ଡେରିକ ଏହି ଘଣ୍ଟା ତାଙ୍କୁ ଦେଇଥିଲା । ସେବେଠାରୁ ଏହି ଘଣ୍ଟା ବ୍ୟବହାର କରୁଥିବା ୱାଜିଦ କହିଛି ।

ଏହି ଘଣ୍ଟା ଉଦ୍ଧାର କରିପାରିଥିବାରୁ ଆସାମ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । 'ଅନ୍ତର୍ଜାତୀୟ ସହଯୋଗର ଏହି କାର୍ଯ୍ୟ' ପାଇଁ ରାଜ୍ୟ ପୋଲିସକୁ ସାଧୁବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଘଟଣା ନେଇ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଟ୍ବିଟ୍‌ରେ ଲେଖିଛନ୍ତି, "ଆସାମ ପୋଲିସ ଭାରତୀୟ ଫେଡେରାଲ LEA ସହାୟତାରେ ଦୁବାଇ ପୋଲିସ ମୁଖ୍ୟାଳୟ ସହ ଯୋଗାଯୋଗ କରାଯାଇଛି ଓ କିମ୍ବଦନ୍ତୀ ଦିଂବଗତ ଫୁଟବଲ୍‌ର ଡିଏଗୋ ମାରାଡୋନାଙ୍କ ହେରିଟେଜ ହବଲଟ ଘଣ୍ଟା ଉଦ୍ଧାର କରାଯାଇଥିବା ଜଣେଇ ଦିଆଯାଇଛି । ଏଥିସହ ୱାଜିଦ ହୁସେନ ନାମକ ଜଣେ ଯୁବକଙ୍କୁ ଗିରଫ ମଧ୍ୟ କରାଯାଇଛି । ଆଇନ ଅନୁଯାୟୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.