ହାଇଦ୍ରାବାଦ: ଫୁଟବଲ ସୁପରଷ୍ଟାର ଲିଓନେସ ମେସି ନିଜର ପିଲାଦିନର କ୍ଳବ ବାର୍ସେଲୋନା ଛାଡିବା ନେଇ ବିଶ୍ବର ଅଗଣିତ ଫୁଟବଲ ଫ୍ୟାନ୍ସ ଆଶ୍ଚର୍ଯ୍ୟ ହେବାସହ ସ୍ତବ୍ଦ ହୋଇଯାଇଥିଲେ । କ୍ଳବ ପକ୍ଷରୁ ଆୟୋଜିତ ଶେଷ ସାମ୍ବାଦିକ ସମ୍ମିଳନୀରେ ମେସି ଭାଙ୍ଗିପଡିଥିଲେ ଓ ନିଜ ଲୁହକୁ ରୋକି ପାରିନଥିଲେ । କ୍ଳବର ସମସ୍ତ ସଦସ୍ୟ ଓ ଖେଳାଳି ବେଶ କିଛି ମିନିଟ ପର୍ଯ୍ୟନ୍ତ ନିଜ ସ୍ଥାନରେ ଛିଡାହୋଇ ତାଳି ମାରିଥିଲେ ଓ ମେସିଙ୍କୁ ସମବେଦନା ଜଣାଇଥିଲେ ।
ମାତ୍ର ମେସି ବାର୍ସେଲୋନା ସହିତ ଦୀର୍ଘ ୨୧ ବର୍ଷର ସଂପର୍କ ଶେଷ ହେଉଥିବାରୁ କାନ୍ଦିପକାଇଥିଲେ । ସେତେବେଳ ତାଙ୍କର ପତ୍ନୀ ଆଣ୍ଟୋନେଲା ରୋକୁଜୋ ଲୁହ ପୋଛିବାକୁ ଏକ ଟିସୁ ବଢାଇଦେଇଥିଲେ ।
ତେବେ ମେସି ଲୁହ ପୋଛିଥିବା ସେହି ଟିସୁ ଏବେ ୧ ମିଲିୟନରୁ ଅଧିକ(7 କୋଟି) ଆମେରିକୀୟ ଡଲାରରେ ବିକ୍ରି ହେବାକୁ ଯାଉଛି । ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ସେହି ଟିସୁକୁ ରଖିଛନ୍ତି ଓ ଏହାକୁ ଅନ୍ତର୍ଜାତୀୟ ନିଲାମ ସାଇଟ ମେଇକେଡୋରେ ନିଲାମ କରିବାକୁ ଯାଉଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ