ବାମ୍ବୋଲିମ: ଚଳିତ ଇଣ୍ଡିଆନ ସୁପର ଲିଗରେ ପ୍ରଥମ ବିଜୟ ସନ୍ଧାନରେ ଓଡିଶା ଏଫସି । ଶନିବାର ଜିଏମସି ଷ୍ଟାଡିୟମରେ ଏଫସି ଗୋଆ ବିପକ୍ଷରେ ପଞ୍ଚମ ମ୍ୟାଚ ଖେଳିବ ଓଡିଶା ।
![ISL: Winless Odisha look to deny first clean sheet to FC Goa](https://etvbharatimages.akamaized.net/etvbharat/prod-images/9855586_odfc.jpg)
ଭୁବନେଶ୍ବରସ୍ଥିତ ଫ୍ରାଞ୍ଚାଇଜ ଓଡିଶା ଏଯାବତ ଖେଳିଥିବା ମ୍ୟାଚରେ ସଂଘର୍ଷ କରୁଥିବାର ଦେଖାଯାଇଛି । 4ଟି ମ୍ୟାଚରୁ 3ଟି ମ୍ୟାଚରେ କୌଣସି ଗୋଲ୍ ସ୍କୋର କରିବାରେ ସଫଳ ହୋଇପାରିନି ଦଳ ।
ଫଳରେ ପଏଣ୍ଟ ତାଲିକାର ଶେଷ ଭାଗରେ ସନ୍ତୁଷ୍ଟ ହେବାକୁ ପଡିଛି । ଅନ୍ୟପଟେ ତାଲିକାର ଷଷ୍ଠ ସ୍ଥାନରେ ଥିବା ଏଫସି ଗୋଆ ବିଜୟ ଲକ୍ଷ୍ୟରେ ରହିଛି ।
-
Switching the focus to Saturday 😤#OdishaFC #AmaTeamAmaGame #HeroISL pic.twitter.com/WN46ZiuiCd
— Odisha FC (@OdishaFC) December 11, 2020 " class="align-text-top noRightClick twitterSection" data="
">Switching the focus to Saturday 😤#OdishaFC #AmaTeamAmaGame #HeroISL pic.twitter.com/WN46ZiuiCd
— Odisha FC (@OdishaFC) December 11, 2020Switching the focus to Saturday 😤#OdishaFC #AmaTeamAmaGame #HeroISL pic.twitter.com/WN46ZiuiCd
— Odisha FC (@OdishaFC) December 11, 2020
ଏଯାବତ ଖେଳାଯାଇଥିବା ମ୍ୟାଚରେ ପ୍ରଥମାର୍ଦ୍ଧରେ ସର୍ବାଧିକ 6ଟି ଗୋଲ ଓଡିଶା ଏଫସି ବିପକ୍ଷରେ ହୋଇଛି । ଚଳିତ ସଂସ୍କରଣରେ କୌଣସି ଦଳ ବିପକ୍ଷରେ ଏହା ସର୍ବାଧିକ ।
ଏଫସି ଗୋଆ ଷ୍ଟ୍ରାଇକର ଇଗର ଆଙ୍ଗୁଲୋ ଯୁଗ୍ମ ସର୍ବାଧିକ ଗୋଲ କରିଥିବା ଖେଳାଳି ରହିଛନ୍ତି । ଅନ୍ୟପଟେ ଏଫସି ଗୋଆ ଖେଳିଥିବା ଗତ ଦୁଇଟି ମ୍ୟାଚରେ ଓଡିଶା ଏଫସିକୁ ପରାସ୍ତ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ