ETV Bharat / sports

ଆଇଏସଏଲ: ସନ୍ଦେଶ ଝିଙ୍ଗାନଙ୍କ ଜର୍ସି ନଂ21କୁ ବିଦାୟ ଦେବ କେରଳ ବ୍ଳାଷ୍ଟର୍ସ

author img

By

Published : May 22, 2020, 3:41 PM IST

ଇଣ୍ଡିଆନ ସୁପର ଲିଗ ଟିମ କେରଳ ବ୍ଳାଷ୍ଟର୍ସ ସନ୍ଦେଶ ଝିଙ୍ଗାନଙ୍କ ଜର୍ସି ନଂ21କୁ ଅବସର ଦେବ ବୋଲି ଘୋଷଣା କରିଛି । ଇଣ୍ଡିଆନ ସୁପର ଲିଗର ପ୍ରଥମ ସଂସ୍କରଣ ବର୍ଷ 2014ରୁ କେରଳ ବ୍ଳାଷ୍ଟର୍ସର ପ୍ରମୁଖ ଖେଳାଳି ରହିଥିଲେ ସନ୍ଦେଶ ।

ISL: Kerala Blasters to retire Sandesh Jhingan's no. 21 jersey
ଆଇଏସଏଲ: ସନ୍ଦେଶ ଝିଙ୍ଗାନଙ୍କ ଜର୍ସି ନଂ21କୁ ବିଦାୟ ଦେବ କେରଳ ବ୍ଳାଷ୍ଟର୍ସ

କୋଚୀ: ଇଣ୍ଡିଆନ ସୁପର ଲିଗ ଟିମ କେରଳ ବ୍ଳାଷ୍ଟର୍ସ ସନ୍ଦେଶ ଝିଙ୍ଗାନଙ୍କ ଜର୍ସି ନଂ21କୁ ଅବସର ଦେବ ବୋଲି ଘୋଷଣା କରିଛି । ଇଣ୍ଡିଆନ ସୁପର ଲିଗର ପ୍ରଥମ ସଂସ୍କରଣ ବର୍ଷ 2014ରୁ କେରଳ ବ୍ଳାଷ୍ଟର୍ସର ପ୍ରମୁଖ ଖେଳାଳି ରହିଥିଲେ ସନ୍ଦେଶ ।

ତେବେ କେରଳ ବ୍ଳାଷ୍ଟର୍ସ ସହ ସଂପର୍କ ଛିନ୍ନ କରିବାକୁ ସନ୍ଦେଶ ଘୋଷଣା କରିବା ପରେ ଜର୍ସି ନଂ21କୁ ଅବସର ଦେଉଛି କ୍ଳବ । କେରଳ ବ୍ଳାଷ୍ଟର୍ସ ମାଲିକ ନିଖିଲ ଭରଦ୍ବାଜ ସନ୍ଦେଶଙ୍କୁ ଧନ୍ୟବାଦ ଜଣାଇବା ସହ, 6 ବର୍ଷ ଧରି ଟିମ ପାଇଁ ଅବଦାନକୁ ସମ୍ମାନ ଜଣାଇଛନ୍ତି ।

କ୍ୟାପଟେନ ଭାବେ କେରଳ ବ୍ଳାଷ୍ଟର୍ସ ପାଇଁ ସେ ଶତପ୍ରତିଶତ ପ୍ରୟାସ କରିଛନ୍ତି । ଟିମର ପ୍ରଭାବି ପ୍ରଦର୍ଶନରେ ତାଙ୍କର ବିଶେଷ ଭୁମିକା ରହିଛି ବୋଲି କ୍ଳବ ପକ୍ଷରୁ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.