ବାମ୍ବୋଲିମ(ଗୋଆ): ଇଣ୍ଡିଆନ ସୁପର ଲିଗର ସପ୍ତମ ସଂସ୍କରଣରେ ଶନିବାର ଖେଳାଯାଇଥିବା ଦ୍ବିତୀୟ ସେମିଫାଇନାଲ ମୁକାବିଲା ଡ୍ର ରେ ଶେଷ ହୋଇଛି । ଏଟିକେ ମୋହୁନ ବାଗାନ ଓ ନର୍ଥଇଷ୍ଟ ୟୁନାଇଟେଡ ମଧ୍ୟରେ କଡା ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିଥିଲା ।
ମ୍ୟାଚର ପ୍ରଥମ ଗୋଲ୍ ପ୍ରଥମାର୍ଦ୍ଧରେ ହୋଇଥିଲା । 93ମିନିଟ ପର୍ଯ୍ୟନ୍ତ 1-0ରେ ଆଗୁ ରହିଥିଲା ନର୍ଥଇଷ୍ଟ ୟୁନାଇଟେଡ । ମାତ୍ର ମ୍ୟାଚ ଶେଷ ହେବାର କିଛି ମିନିଟ ପୂର୍ବରୁ ମୋହୁନ ବଗାନ ଗୋଲ୍ କରିବା ସହ ପରାଜୟ ଏଡାଇବାରେ ସମର୍ଥ ହୋଇଥିଲା । ଫଳରେ ମ୍ୟାଚ 1-1ରେ ଶେଷ ହୋଇଥିଲା ।
ମାର୍ଚ୍ଚ 9ରେ ପୁନର୍ବାର ଦୁଇଟିମ ଜବାହାରଲାଲ ନେହେରୁ ଷ୍ଟାଡିୟମରେ ସାମ୍ନାସାମ୍ନି ହେବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ