ETV Bharat / sports

ISL-7: ବିଜୟରୁ ଯାତ୍ରା ଆରମ୍ଭ କରିବାକୁ ଚାହିଁବ ମୁମ୍ବାଇ ସିଟି ଓ ନର୍ଥଇଷ୍ଟ ୟୁନାଇଟେଡ୍‌ - northeast united fc vs mumbai city fc

ISL-7ର 2ୟ ମ୍ୟାଚ ଆଜି ନର୍ଥ ଇଷ୍ଟ ୟୁନାଇଟେଡ୍‌ ଏଫ୍‌ସି ଓ ମୁମ୍ବାଇ ସିଟି ଏଫ୍‌ସି ମଧ୍ୟରେ ଖେଳାଯିବ ।

ISL-7: ବିଜୟରୁ ଯାତ୍ରା ଆରମ୍ଭ କରିବାକୁ ଚାହିଁବ ମୁମ୍ବାଇ ସିଟି ଓ ନର୍ଥଇଷ୍ଟ ୟୁନାଇଟେଡ୍‌

author img

By

Published : Nov 21, 2020, 2:10 PM IST

ପାଣାଜି: ରୋମାଞ୍ଚକର ଉଦ୍‌ଘାଟନୀ ମ୍ୟାଚ ସହ ଆଇଏସଏଲର ସପ୍ତମ ସଂସ୍କରଣ ଆରମ୍ଭ ହୋଇଯାଇଛି । ପ୍ରଥମ ମ୍ୟାଚରେ ଏଟିକେ ବିଜୟରୁ ଯାତ୍ରା ଆରମ୍ଭ କରିଛି । ତେବେ ଆଜି (ଶନିବାର) ସିଜନର 2ୟ ମୁକାବିଲା ନର୍ଥ ଇଷ୍ଟ ୟୁନାଇଟେଡ୍‌ ଏଫ୍‌ସି ଓ ମୁମ୍ବାଇ ସିଟି ମଧ୍ୟରେ ଖେଳାଯିବ । ତେବେ ଉଭୟ ଦଳ ଚାହିଁବେ ବିଜୟରୁ ସିଜନର ଯାତ୍ରା ଆରମ୍ଭ କରିବାକୁ ।

ତେବେ ଏହି ମ୍ୟାଚ ତିଲକ ମଇଦାନରେ ସନ୍ଧ୍ୟା 7ଟା 30ରେ ଆରମ୍ଭ ହେବ । ତେବେ ଉଭୟ ଦଳର ଖେଳାଳିମାନେ ଫିଲ୍ଡରେ ଆକ୍ରମଣ ରଣନୀତି ନେଇ ଖେଳନ୍ତି । ଫଳରେ ଆଜି ଦର୍ଶକଙ୍କୁ ପୁଣି ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିବ ।

ଗତ ସିଜନରେ 9ମସ୍ଥାନରେ ରହି ଲିଗ୍‌ର ସମାପନ କରିଥିଲା ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫସି । ତେବେ ଏହି ସିଜନରେ ପ୍ରାୟ ଅଧିକାଂଶ ନୂଆ ଖେଳାଳିଙ୍କୁ ନେଇ ଟିମ ଗଠିତ ହୋଇଛି । 19ଜଣ ନୂଆ ଖେଳାଳିଙ୍କ ସହ ଚୁକ୍ତି କରିଛି ଟିମ । ସେମାନଙ୍କ ମଧ୍ୟରେ ଯୁବ ଭାରତୀୟ ଖେଳାଳିଙ୍କ ସହ ଭଲ ଭଲ ବିଦେଶୀ ଖେଳାଳି ରହିଛନ୍ତି । ଏହି ଦଳ ଥରେ କେବଳ ପ୍ଲେଅଫ୍‌ରେ ଏଣ୍ଟ୍ରି କରିଥିଲା ।

ଏଥର ମୁମ୍ବାଇ ସିଟିର ଜର୍ସିରେ ଲୋବେରା ନଜର ଆସିବେ । ପୂର୍ବରୁ 3ବର୍ଷ ହେବ ଏଫସି ଗୋଆ ପାଇଁ ଖେଳୁଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.