ଗୋଆ: ଇଣ୍ଡିଆନ ସୁପର ଲିଗର ସପ୍ତମ ସଂସ୍କରଣରେ ଓଡିଶା ଏଫସିର ଆଉ ଏକ ପରାଜୟ । ଚଳିତ ସଂସ୍କରଣରେ ଖରାପ ପ୍ରଦର୍ଶନ ସହ ଓଡିଶାର ପରାଜୟ ଧାରା ଜାରି ରହିଛି । ରବିବାର ଭାସ୍କୋର ତିଳକ ମଇଦାନ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଇଷ୍ଟ ବେଙ୍ଗଲ 3-1 ଗୋଲ୍ରେ ଓଡିଶାକୁ ହରାଇଛି । ଏଥିସହ ଚଳିତ ସଂସ୍କରଣରେ ପ୍ରଥମ ବିଜୟର ସ୍ବାଦ ଚାଖିଛି ।
-
FULL-TIME | #SCEBOFC
— Indian Super League (@IndSuperLeague) January 3, 2021 " class="align-text-top noRightClick twitterSection" data="
A first #HeroISL 𝐖𝐈𝐍 confirmed for @sc_eastbengal 👏#LetsFootball pic.twitter.com/grUXm1vZAj
">FULL-TIME | #SCEBOFC
— Indian Super League (@IndSuperLeague) January 3, 2021
A first #HeroISL 𝐖𝐈𝐍 confirmed for @sc_eastbengal 👏#LetsFootball pic.twitter.com/grUXm1vZAjFULL-TIME | #SCEBOFC
— Indian Super League (@IndSuperLeague) January 3, 2021
A first #HeroISL 𝐖𝐈𝐍 confirmed for @sc_eastbengal 👏#LetsFootball pic.twitter.com/grUXm1vZAj
ମ୍ୟାଚର ପ୍ରଥମାର୍ଦ୍ଧରେ ଦୁଇଟି ଦମଦାର ଗୋଲ୍ କରିବା ସହ ଆଗୁଆ ହୋଇଥିଲା ବେଙ୍ଗଲ । ପ୍ରଥମ ଗୋଲ୍ ଅନ୍ଥୋନି ପିଲ୍କିଂଟନ ଓ ଦ୍ବିତୀୟ ଗୋଲ୍ ଜାକସ ମାଗୋମା କରିଥିଲେ । ଇଷ୍ଟ ବେଙ୍ଗଲ ପକ୍ଷରୁ ତୃତୀୟ ଗୋଲ୍ ମ୍ୟାଚର ଦ୍ବିତୀୟ ଅର୍ଦ୍ଧରେ ବଦଳ ଖେଳାଳି ଭାବେ ଆସିଥିବା ଓ ଡେବ୍ୟୁ ମ୍ୟାଚ ଖେଳୁଥିବା ବ୍ରାଇଟ ଇନୋବକର କରିଥିଲେ ।
ତେବେ ମ୍ୟାଚର 90ତମ ମିନିଟରେ ଓଡିସା ପକ୍ଷରୁ ଡିଏଗୋ ମାଉରିକିଓ ଏକମାତ୍ର ଗୋଲ୍ କରିଥିଲେ । ଫଳରେ 3-1ରେ ପରାଜିତ ହୋଇଛି ଓଡିଶା । ଏଥିସହ ଅଷ୍ଟମ ମ୍ୟାଚ ଖେଳିସାରିବା ପରେ ମଧ୍ୟ ବିଜୟ ସନ୍ଧାନରେ ରହିଛି ଭୁବନେଶ୍ବର ସ୍ଥିତ କ୍ଳବ ଓଡିଶା ଏଫସି । ମାତ୍ର ଦୁଇ ପଏଣ୍ଟ ସହ ପଏଣ୍ଟ ତାଲିକାର ଶେଷରେ ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ