ETV Bharat / sports

ISL: ଉଦ୍‌ଘାଟନୀ ମ୍ୟାଚରେ ଏଟିକେକୁ ମାତ ଦେଲା କେରଳ ବ୍ଲାଷ୍ଟର୍ସ

ଇଣ୍ଡିଆନ ସୁପର ଲିଗ୍‌(ଆଇଏସଏଲ)ର ଉଦ୍‌ଘାଟନୀ ମ୍ୟାଚରେ ଦୁଇଥର ଚମ୍ପିଆନ ଏଟିକେକୁ ୨-୧ ଗୋଲରେ ମାତ ଦେଇଛି କେରଳ ବ୍ଲାଷ୍ଟର୍ସ।

author img

By

Published : Oct 21, 2019, 1:37 PM IST

ଏଟିକେକୁ ମାତ ଦେଲା କେରଳ ବ୍ଲାଷ୍ଟର୍ସ

କୋଚି: ଇଣ୍ଡିଆନ ସୁପର ଲିଗ୍‌(ଆଇଏସଏଲ)ର ଉଦ୍‌ଘାଟନୀ ମ୍ୟାଚରେ ଦୁଇଥର ଚମ୍ପିଆନ ଏଟିକେକୁ ୨-୧ ଗୋଲରେ ମାତ ଦେଇଛି କେରଳ ବ୍ଲାଷ୍ଟର୍ସ । ଗତକାଲି ମ୍ୟାଚରେ 100ତମ ଗୋଲ କରିଥିଲା ଡେଫେଣ୍ଡିଂ ଚମ୍ପିଆନ । ମାତ୍ର ଏହା ସତ୍ବେ ମ୍ୟାଚରେ ପରାଜୟ ବରଣ କରିଛି । ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମରେ ରବିବାର ଖେଳାଯାଇଥିଲା ଏହି ମ୍ୟାଚ।

ଖେଳର ୬ଷ୍ଠ ମିନିଟ୍‌ରେ ଏଟିକେ ପକ୍ଷରୁ କାର୍ଲ ମ୍ୟାକ୍‌ ହ୍ୟୁଗ୍‌ଗୋଲ୍‌ ଓପନ କରିଥିଲେ। ସେହିପରି ୩୦ତମ ମିନିଟ୍‌ରେ ବାର୍ଥୋଲୋମ୍ୟୁ ଓଜ୍‌ବେଚେଙ୍କ ପେନାଲ୍‌ଟି ଗୋଲ କେରଳ ବ୍ଲାଷ୍ଟର୍ସ ମ୍ୟାଚକୁ ୧-୧ରେ ବରାବର କରିଥିଲା । ପ୍ରଥମାର୍ଦ୍ଧ ଖେଳ ଶେଷଭାଗରେ ଓଜ୍‌ବେଚେ ଆଉ ଏକ ଗୋଲ ସ୍କୋର କରି ଦଳକୁ ଅଗ୍ରଣୀ କରାଇଥିଲେ । ତେବେ ସମ୍ପୂର୍ଣ୍ଣ ଖେଳରେ ଆଉ କୌଣସି ଗୋଲ ଦେଇ ନପାରି ଏଟିକେ ପରାଜୟ ବରଣ କରିଥିଲା ।

ସୂଚନା ଯୋଗ୍ୟ 2014ରେ ଆଇଏସଏଲର ପ୍ରଥମ ସଂସ୍କରଣରେ କେରଳ ବ୍ଲାଷ୍ଟର୍ସକୁ ପରାସ୍ତ କରି ଏଟିକେ ପ୍ରଥମ ଟାଇଟଲ ଜିତିଥିଲା । ଉଦ୍‌ଘାଟନୀ ଉତ୍ସବରେ ବଲିଉଡ ଷ୍ଟାକ ଟାଇଗର ସ୍ରଫ୍‌ ଏବଂ ଦିଶା ପଟାନିଙ୍କ ନୃତ୍ୟ ଦେଖିବାକୁ ମିଳିଥିଲା।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.