Indian Super League: ଦମଦାର ବିଜୟ ସହ ପଏଣ୍ଟ ଟେବୁଲର ଦ୍ବିତୀୟରେ ଓଡିଶା - ଇଣ୍ଡିଆନ ସୁପର ଲିଗ୍ ନ୍ୟୁଜ
ଇଣ୍ଡିଆନ ସୁପର ଲିଗ୍ (ISL)ରେ ନର୍ଥଇଷ୍ଟ ୟୁନଇଟେଡ୍କୁ ୧-୦ ଗୋଲ୍ରେ ହରାଇଲା ଓଡିଶା ଏଫସି । ଅଧିକ ପଢନ୍ତୁ

ହାଇଦ୍ରାବାଦ: ଇଣ୍ଡିଆନ ସୁପର ଲିଗ୍(ISL)ରେ ଓଡିଶା ଏଫସିର ଦମଦାର ବିଜୟ । କେରଳ ବ୍ଳାଷ୍ଟର ଠାରୁ ଗତ ମ୍ୟାଚ୍ରେ ପରାଜୟ ପରେ ବିଜୟ ଟ୍ରାକ୍କୁ ଫେରିଲା ଓଡିଶା । ଶୁକ୍ରବାର ତିଳକ ମଇଦାନ ଗୋଆରେ ଖେଳାଯାଇଥିବା ISLର ଏକ ଗୁରୁତ୍ବପୂର୍ଣ୍ଣ ମୁକାବିଲାରେ ଓଡିଶା ଏଫସି, ନର୍ଥଇଷ୍ଟ ୟୁନଇଟେଡ୍କୁ ୧-୦ ଗୋଲ୍ରେ ହରାଇଛି ।
-
.@Jonathasjesus22 came off the bench to score for @OdishaFC as they registered a 1-0 win against @NEUtdFC! #OFCNEU #HeroISL #LetsFootball https://t.co/9JCUFG9BKv pic.twitter.com/wGJuKz6pHv
— Indian Super League (@IndSuperLeague) December 10, 2021 " class="align-text-top noRightClick twitterSection" data="
">.@Jonathasjesus22 came off the bench to score for @OdishaFC as they registered a 1-0 win against @NEUtdFC! #OFCNEU #HeroISL #LetsFootball https://t.co/9JCUFG9BKv pic.twitter.com/wGJuKz6pHv
— Indian Super League (@IndSuperLeague) December 10, 2021.@Jonathasjesus22 came off the bench to score for @OdishaFC as they registered a 1-0 win against @NEUtdFC! #OFCNEU #HeroISL #LetsFootball https://t.co/9JCUFG9BKv pic.twitter.com/wGJuKz6pHv
— Indian Super League (@IndSuperLeague) December 10, 2021
ଏହି ବିଜୟ ସହ ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନକୁ ଲମ୍ଫ ମାରିଛି ଟିମ ଓଡିଶା । ମୁମ୍ବାଇ ସିଟି ଏଫସି ୫ଟି ମ୍ୟାଚ୍ରୁ ୪ଟିରେ ବିଜୟ ସହ ୧୨ ପଏଣ୍ଟ ହାସଲ କରି ଟେବୁଲର ଶୀର୍ଷରେ ରହିଛି । ଓଡିଶା ୪ଟି ମ୍ୟାଚ୍ରୁ ୩ଟି ବିଜୟ ସହ ୯ ପଏଣ୍ଟ ହାସଲ କରି ଦ୍ବିତୀୟରେ ରହିଛି ।
ନର୍ଥଇଷ୍ଟ ୟୁନଇଟେଡ ବିପକ୍ଷ ମ୍ୟାଚ୍ କଡା ସଂଘର୍ଷପୂର୍ଣ୍ଣ ରହିଥିଲା । ଉଭୟ ଟିମ ମଧ୍ୟରେ ମ୍ୟାଚ୍ ଆମ୍ଭରୁ ତୀବ୍ର ପ୍ରତିନ୍ଦନ୍ଦ୍ବୀତା ଦେଖିବାକୁ ମିଳିଥିଲା । ତେବେ ଓଡିଶା ପାଇଁ ବିଜୟୀ ଗୋଲ୍ କରିଥିଲେ ଜୋନାଥନ କ୍ରୀଷ୍ଟିଆନ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ