ନୂଆଦିଲ୍ଲୀ: ସର୍ବଭାରତୀୟ ଫୁଟବଲ ଫେଡେରେସନ(AIFF)ର ବଡ ନିଷ୍ପତ୍ତି । ଜାତୀୟ ଟିମ ମୁଖ୍ୟ କୋଚ୍ ଇଗର ଷ୍ଟିମାକଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର 2021 ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ଏନେଇ ଶୁକ୍ରବାର ଘୋଷଣା କରିଛି AIFFର ଟେକ୍ନିକାଲ କମିଟି ।
ଶୁକ୍ରବାର ଭିଡିଓ କନ୍ଫରେନ୍ସିଂ ଜରିଆରେ AIFF ଟେକ୍ନିକାଲର ଉପାଧ୍ୟକ୍ଷ ହେନେରୀ ମେନେଜସଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ସମ୍ପାଦକ କୁଶାଲ ଦାସ, ସାଧାରଣ ସମ୍ପାଦକ ଅଭିଶେକ ଯାଦବ ସାମିଲ ହୋଇଥିଲେ । ତେବେ ଅସୁସ୍ଥତା କାରଣରୁ ବର୍ତ୍ତମାନର ଅଧ୍ୟକ୍ଷ ଓ ପୂର୍ବତନ ଭାରତୀୟ ଅନ୍ତର୍ଜାତୀୟ ଖେଳାଳି ବୈଠକରେ ସାମିଲ ହୋଇପାରିନଥିଲେ ।
ଅକ୍ଟୋବର 11-30, 2022ରେ ଭାରତ ଆୟୋଜନ କରିବାକୁ ଥିବା FIFA 17 ବର୍ଷରୁ କମ ମହିଳା ଫୁଟବଲ ବିଶ୍ବକପର ପ୍ରସ୍ତୁତି ନେଇ ମଧ୍ୟ ଆଲୋଚନା ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ