ETV Bharat / sports

ଭାରତୀୟ ଫୁଟବଲ ଦଳର ଖେଳାଳିଙ୍କ ରିପୋର୍ଟ ନେଗେଟିଭ, ଆରମ୍ଭ କଲେ ଟ୍ରେନିଂ

author img

By

Published : May 22, 2021, 7:54 PM IST

ଭାରତୀୟ ଫୁଟବଲ ଦଳର ସମସ୍ତ ଖେଳାଳିଙ୍କ ରିପୋର୍ଟ ନେଗେଟିଭ । ଦୋହାରେ ଆରମ୍ଭ କଲେ ଟ୍ରେନିଂ । ଭାରତୀୟ ଫୁଟବଲ ଦଳ ଏଠାରେ ଫୁଟବଲ ବିଶ୍ବକପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳିବା ପାଇଁ କାତାର ଗସ୍ତ କରିଛି । ଅଧିକ ପଢନ୍ତୁ…

Indian football team
ଭାରତୀୟ ଫୁଟବଲ ଦଳର ଖେଳାଳିଙ୍କ ରିପୋର୍ଟ ନେଗେଟିଭ, ଆରମ୍ଭ କଲେ ଟ୍ରେନିଂ

ଦୋହା: କାତାର ରାଜଧାନୀ ଦୋହାରେ ଭାରତୀୟ ଫୁଟବଲ ଦଳ । ଫୁଟବଲ ବିଶ୍ବକପ ପାଇଁ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳିବା ପାଇଁ ଗତକାଲି କାତାରେ ପହଞ୍ଚିଛି ଭାରତୀୟ ଫୁଟବଲ ଦଳ । ଆଜି ଭାରତୀୟ ଦଳର ସମସ୍ତ ଖେଳାଳିଙ୍କ କୋରୋନା ଟେଷ୍ଟ କରାଯାଇଛି ।

ଭାରତୀୟ ଫୁଟବଲ ଦଳ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳିବା ପାଇଁ କାତାର ଗସ୍ତ କରିଛନ୍ତି । ଭାରତୀୟ ଫୁଟବଲ ଦଳ ସୁନିଲ ଛେତ୍ରୀଙ୍କ ନେତୃତ୍ବରେ 28 ଜଣିଆ ଦଳ ଓ ସପୋର୍ଟ ଷ୍ଟାଫ କାତାର ଗସ୍ତ କରିଛନ୍ତି । ପହଞ୍ଚିବା ପରେ ସମସ୍ତ ଖେଳାଳିଙ୍କ କୋରୋନା ପରୀକ୍ଷା କରାଯାଇଥିଲା । ତେବେ କୋଭିଡ ରିପୋର୍ଟ ନେଗେଟିଭ ଆସିବା ପରେ ଟ୍ରେନିଂ ଆରମ୍ଭ ହୋଇଛି । ବୁଧବାର ଦିନ ଭାରତୀୟ ଫୁଟବଲ ଦଳ କାତାର ରାଜଧାନୀ ଦୋହାରେ ପହଞ୍ଚିଥିଲା । ଏହା ପରେ ସମସ୍ତ ଖେଳାଳି କ୍ବାରେଣ୍ଟାଇନରେ ରହିଥିଲେ । ଦଳ ସମସ୍ତ ପ୍ରକାରର ପ୍ରୋଟୋକଲ ପାଳନ କରିବା ପରେ ଆଜି ଭାରତୀୟ ଫୁଟବଲ ଦଳର କୋରୋନା ପରୀକ୍ଷା କରାଯାଇଥିଲା । କୋରୋନା ପରୀକ୍ଷାରେ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି ।

ଭାରତ ଏଠାରେ 2022 ଫୁଟବଲ ବିଶ୍ବକପ ଓ 2023 ଏସିଆ କପ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ଖେଳିବ । ଭାରତ ତାର ପ୍ରଥମ ମ୍ୟାଚ ଆସନ୍ତା ଜୁନ 3 ତାରିଖରେ କାତାର ବିପକ୍ଷରେ ଖେଳିବ । ଏହାପରେ ଜୁନ 7ରେ ବାଂଲାଦେଶ ଏବଂ ଅଗଷ୍ଟ 15ରେ ଆଫଗାନିସ୍ଥାନ ବିପକ୍ଷରେ ଖେଳିବ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.