ନୂଆଦିଲ୍ଲୀ: କୋରୋନା ଭାଇରସ ସଂକ୍ରମଣରୁ ବର୍ତ୍ତିବା ପାଇଁ ସାରା ଦେଶ 21 ଦିନ ଲକଡାଉନରେ ରହିଛି । ତେବେ ଏହି କଠିନ ସମୟରେ ଭାରତୀୟ ଫୁଟବଲ ଷ୍ଟାର ସିକେ ବିନିଥ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି । ବିନିଥ ନିଜ ହୋମ ଟାଉନ କେରଳର କନୋରରେ ସରକାରୀ ହେଲ୍ପଲାଇନ ସେଣ୍ଟରରେ ଯୋଗଦେଇଛନ୍ତି ।
କେରଳ ସ୍ପୋର୍ଟ୍ସ କାଉନସିଲ ପକ୍ଷରୁ COVID-19 ହେଲ୍ପଲାଇନରେ କାର୍ଯ୍ୟ କରିବା ପାଇଁ ପ୍ରଶ୍ନ କରାଯାଇଥିଲା । ଏହାପରେ ଯୋଗ ଦେଇଥିବା ସେ କହିଛନ୍ତି । ଏନେଇ ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ ପକ୍ଷରୁ ଟ୍ବିଟ ଯୋଗେଁ ସୂଚନା ଦିଆଯାଇଛି । ଏପରି ଜରୁରୀକାଳୀନ ପରିସ୍ଥିତିରେ କିଛି ସହଯୋଗ କରିପାରିବି ବୋଲି ଆଶା ରହିଛି କହିଛନ୍ତି ସି କେ ବିନିଥ । ଦିନକୁ 150ରୁ ଅଧିକ ଫୋନକଲ ତାଙ୍କ ପାଖକୁ ଆସୁଥିବା ମଧ୍ୟ କହିଛନ୍ତି ବିନିଥ ।
ଭାରତୀୟ ଷ୍ଟାର ଫୁଟବଲର ବିନିଥ ଇଣ୍ଡିଆନ ସୁପର ଲିଗର 2019-20 ସଂସ୍କରଣରେ ଜାମସେଦପୁର ଏଫସି ପକ୍ଷରୁ ଖେଳିଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ