ମୁମ୍ବାଇ: ମଙ୍ଗଳବାର ୧୭ ବର୍ଷରୁ କମ୍ ମହିଳା ତ୍ରିରାଷ୍ଟ୍ରୀୟ ଫୁଟ୍ବଲ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ମହିଳା ଫୁଟବଲ ଦଳର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଅନ୍ତିମ ରାଉଣ୍ଡର ଲିଗ୍ ମ୍ୟାଚରେ ଥାଇଲାଣ୍ଡକୁ ୧-୦ ଗୋଲରେ ହରାଇ ଫାଇନାଲରେ ପ୍ରବେଶ କରିଛି ।
![India defeats Thailand to enter U-17 Women's football tournament final](https://etvbharatimages.akamaized.net/etvbharat/prod-images/9f7ff-1532011100-500_1812newsroom_1576635208_276.jpg)
ତେବେ ଭାରତ ଗୁରୁବାର ଫାଇନାଲରେ ସୁଇଡେନକୁ ଭେଟିବ । ତେବେ ଟୁର୍ଣ୍ଣାମେଣ୍ଟରେ ଭାରତର ପ୍ରଦର୍ଶନ ଭଲ ରହିଛି । ଆୟୋଜକ ଦଳ ଲିଗ୍ ଗେମ୍ରେ କେବଳ ସୁଇଡେନଠାରୁ ପରାସ୍ତ ହୋଇଥିଲା ।